Uttam Mohanty: ନିଜ ପ୍ରିୟ ଅଭିନେତାଙ୍କୁ ବିଦାୟ ଦେଲେ ରାଜ୍ୟବାସୀ । ଆଖିରେ ଲୁହ ସହ ଅନେକ ସ୍ମୃତିକୁ ମାନେ ପକାଉଛନ୍ତି ତାଙ୍କ ପ୍ରଶଂସକ । ଶେଷରେ ତାଙ୍କୁ ଭଲପାଉଥିବା ଲୋକ ଏବଂ ପ୍ରିୟଜନ ଅଲବିଦା ଜଣାଇଲେ ନିଜ ପ୍ରିୟ ଅଭିନେତାଙ୍କୁ।
ପୁଅ ବାବୁଶାନ ସମସ୍ତ ରୀତିନୀତି ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ବଡ଼ ପରଦାରେ ସମସ୍ତଙ୍କୁ ହସାଉଥିବା, କନ୍ଦାଉଥିବା ଅଭିନେତା ଅଫେରା ରାଇଜକୁ ଚାଲି ଯାଇଛନ୍ତି । ସେ ଚାଲି ଗଲେ ମଧ୍ୟ ତାଙ୍କ ସ୍ଥାନ କେବେ ବି ପୁରଣ ହୋଇ ପାରିବ ନାହିଁ । କେବଳ ଏକ ମହାନ କଳାକାର ନୁହେ, ବରଂ ଏକ ମହାନ ବ୍ୟକ୍ତିତ୍ୱ ଥିଲେ ଏହି ଅଭିନେତା ।
ଏପରି ଏକ ମହାନ କଳାକାରଙ୍କୁ ହରାଇଲେ ଓଡ଼ିଶାବାସୀ । ସମସ୍ତେ ଦୁଃଖିତ ଓ ମର୍ମାହତ । ବନ୍ଧୁ ପରିଜନ, ସାଙ୍ଗସାଥି ସମସ୍ତେ ଏକାଠି ହୋଇଥିଲେ ତାଙ୍କୁ ଶେଷଥର ଦର୍ଶନ କରିବା ପାଇଁ । ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସମସ୍ତ ରୀତିନୀତି ପରେ ମୁଖାଗ୍ନି ଦେଲେ ବାବୁଶାନ । ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେମାର ମହାନ କଳାକାର ଉତ୍ତମ ମହାନ୍ତି ।
ALSO READ: https://purvapaksa.com/the-funeral-procession-of-mohanty-came-out-of-jagannath-bihar-residence/