Weather: କେବଳ ରାଜ୍ୟରେ ନୁହେଁ ପୁରା ଦେଶରେ ତାତି ବଢ଼ିବାରେ ଲାଗିଛି । ଟାଇଁ ଟାଇଁ ଖରା ହେବା ସହ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି ।
ଫେବୃଆରି ମାସ ନ ସରୁନୁ ସମଗ୍ର ଦେଶରେ ତାତିର ଲହରୀ ଖେଳିବାରେ ଲାଗିଛି । ଏହାସହ ରାଜ୍ୟରେ ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ପାଇଁ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି ।
ସେହି ସମୟରେ, ମହାରାଷ୍ଟ୍ର, ଓଡ଼ିଶା, ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ହେତୁ ଗରମ ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ ନେଇ ଗୁଜୁରାଟରେ, ପାଣିପାଗ ବିଭାଗ ତିନି ଦିନ ପାଇଁ ଗରମ ଲହରୀ ପାଇଁ ହଳଦିଆ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ କହିଛି ଯେ ୨୫ ରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ଗୁଜରାଟ ଗରମ ପବନର କବଳରେ ରହିବ।
ତେବେ ଓଡ଼ିଶାରେ ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ଅମାନିଆ ହେଲାଣି ଟାଟା; ବିଜୁଳି ଦର ୟୁନିଟ୍ ପିଛା ୧୨ ଟଙ୍କା ୪୨ ପଇସା ବଢ଼ାଇବାକୁ ପ୍ରସ୍ତାବ