Somnath Temple: ଗୁଜୁରାଟର ସୋମନାଥ ଶିବଲିଙ୍ଗକୁ ନେଇ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଆଶ୍ଚର୍ୟ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ସୋମନାଥ ମନ୍ଦିରର ପ୍ରାଚୀନ ଅବଶେଷ ପାଇଛନ୍ତି। ଏକ ହଜାର ବର୍ଷ ପୂର୍ବେ ଶିବଲିଙ୍ଗ ଭାଙ୍ଗି ଯାଇଥିଲା। ଜାଣନ୍ତୁ କେଉଁ ସମୟରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା, କେଉଁ ମୁସଲମାନ ଶାସକମାନେ ଏହାକୁ ଟାର୍ଗେଟ କରିଥିଲେ ଏବଂ କେଉଁ ରାଜାମାନେ ଏହାର ପୁନଃନିର୍ମାଣ କରିଥିଲେ।
ଗୁଜୁରାଟର ସୋମନାଥ ଶିବଲିଙ୍ଗଙ୍କ ଉପରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସୋମନାଥ ମନ୍ଦିରର ପ୍ରାଚୀନ ଶିବଲିଙ୍ଗର ଅବଶେଷ ମିଳିଥିବା ଦାବି କରିଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର। ହଜାର ବର୍ଷପୂର୍ବେ ଶିବଲିଙ୍ଗକୁ ଧ୍ୱଂସ କରାଯାଇଥିଲା, ଯାହାର କିଛି ଅଂଶ ଦକ୍ଷିଣ ଭାରତର ଅଗ୍ନିହୋତ୍ରୀ ବ୍ରାହ୍ମଣ ପରିବାର ନେଇ ଯାଇଥିଲେ। ସେମାନେ ଏହାକୁ ଶିବଲିଙ୍ଗଭାବେ ପୂଜା କରୁଥିଲେ।
ଏହି ଶିବଲିଙ୍ଗକୁ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିବାକୁ ୧୯୨୪ ମସିହାରେ କାଞ୍ଚିର ଶଙ୍କରାଚାର୍ଯ୍ୟ ଅଗ୍ନିହୋତ୍ରି ପରିବାରକୁ କହିଥିଲେ ବୋଲି ଶ୍ରୀ ଶ୍ରୀ ଦାବି କରିଛନ୍ତି। ସେହି ଅବଧି ଶେଷ ହେବା ପରେ ପ୍ରାଚୀନ ଶିବଲିଙ୍ଗ ଏବେ ସାମ୍ନାକୁ ଆସିଛି। ଏହାର ଭିଡିଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଗୁରୁଦେବରେ ରିଲିଜ କରାଯାଇଛି। ଯେଉଁଥିରେ ସେହି ପ୍ରାଚୀନ ଶିବଲିଙ୍ଗର କିଛି ଅଂଶ ନଜର ଆସିଛି। ଏବେ ଜାଣନ୍ତୁ କେବେକେବେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା ଏବଂ କେଉଁ ରାଜା ଏହାର ପୁନଃନିର୍ମାଣ କରିଥିଲେ।
ସୋମନାଥଙ୍କ ଶିବଲିଙ୍ଗ କେବେ ଓ କିଏ ଭାଙ୍ଗିଲା?
ଗୁଜୁରାଟର ସୋମନାଥ ମନ୍ଦିରକୁ ଭାଙ୍ଗିବା ପାଇଁ ବିଭିନ୍ନ ମୁସଲମାନ ଶାସକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ୧୦୨୬ ମସିହାରେ ପ୍ରଥମ ଭୀମଙ୍କ ଶାସନ କାଳରେ ତୁର୍କୀୟ ମୁସଲମାନ ଶାସକ ମହମ୍ମଦ ଗଜନୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଲୁଟ୍ କରିଥିଲେ। ଗଜନୀ ସାମ୍ରାଜ୍ୟର ଶାସକମାନେ ୯୭୫ରୁ ୧୧୮୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆଫଗାନିସ୍ତାନ ଉପରେ ଶାସନ କରିଥିଲେ।
ଗିର ସୋମନାଥ ଜିଲ୍ଲାର ସରକାରୀ ୱେବସାଇଟ୍ ଅନୁଯାୟୀ, ମହମ୍ମଦ ଗଜନୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଲୁଟ୍ କରିବା ସହ ଶିବଲିଙ୍ଗ ଭାଙ୍ଗି ୨୦ ନିୟୁତ ଦିନାର ଲୁଟି ନେଇଥିଲା। ୧୧୬୯ ମସିହାର ଏକ ଶିଳାଲେଖରେ କୁହାଯାଇଛି, ‘କୁମାରପାଳ (୧୧୪୩-୭୨ ରାଜତ୍ୱ) ସମୟରେ ଏହି ମନ୍ଦିରର ପୁନଃନିର୍ମାଣ କରାଯାଇଥିଲା। ଏହି ଶାସନ କାଳରେ ମନ୍ଦିରରେ ମୂଲ୍ୟବାନ ରତ୍ନ ଗଚ୍ଛିତ ରହିଥିଲା। ଏହି ମନ୍ଦିର ଏହାର ଧାର୍ମିକ ମହତ୍ତ୍ୱ ସହିତ ସମୃଦ୍ଧି ପାଇଁ ମଧ୍ୟ ଜଣାଶୁଣା ଥିଲା।’
ଲୁଟ୍ ଓ ଭଙ୍ଗାରୁଜା ପରେ ପୁନଃନିର୍ମାଣ ହୋଇଥିବା ସୋମନାଥ ମନ୍ଦିର ଉପରେ ସବୁବେଳେ ମୁସଲମାନ ଶାସକଙ୍କ ନଜର ରହିଥିଲା। ଗଜନୀ ପରେ ଏହି ମନ୍ଦିରକୁ ଟାର୍ଗେଟ କରିଥିଲେ ଖିଲଜୀ । ୧୨୯୯ରେ ଗୁଜରାଟ ଆକ୍ରମଣ ସମୟରେ ଉଲୁଘ ଖାଁଙ୍କ ନେତୃତ୍ୱ ଅଲାଉଦ୍ଦିନ ଖିଲଜୀଙ୍କ ସେନା ବାଘେଲା ରାଜା କର୍ଣ୍ଣଙ୍କୁ ପରାସ୍ତ କରି ସୋମନାଥ ମନ୍ଦିରକୁ ଲୁଟି ନେଇଥିଲେ।
ଏହି ଘଟଣା ପରେ ୧୩୦୮ ମସିହାରେ ଏହି ମନ୍ଦିରର ପୁନଃନିର୍ମାଣ କରାଯାଇଥିଲା। ସୌରାଷ୍ଟ୍ରର ଚୁଡ଼ାସମା ରାଜା ମହିପାଲା ପ୍ରଥମ ଏହି ମନ୍ଦିରର ପୁନଃନିର୍ମାଣ କରିଥିଲେ। ଶିବଲିଙ୍ଗକୁ ତାଙ୍କ ପୁତ୍ର ଖେଙ୍ଗରା ପ୍ରତିଷ୍ଠା କରିଥିଲେ।
ସୋମନାଥ ମନ୍ଦିର ଉପରେ ତୃତୀୟ ଆକ୍ରମଣ
୧୩୯୫ ମସିହାରେ ସୋମନାଥ ମନ୍ଦିର ଉପରେ ତୃତୀୟ ଥର ପାଇଁ ଆକ୍ରମଣ ହୋଇଥିଲା। ଦିଲ୍ଲୀର ତତ୍କାଳୀନ ରାଜ୍ୟପାଳ ତଥା ଗୁଜରାଟରେ ମୁସଲମାନ ଶାସନର ପ୍ରତିଷ୍ଠାତା ଜାଫର ଖାନ ଏହି ଆକ୍ରମଣ କରିଥିଲେ।
୧୨ ନଭେମ୍ବର, ୧୯୪୭ରେ ଭାରତର ଲୌହପୁରୁଷ ତଥା ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲ ଜୁନାଗଡ଼ରେ ପହଞ୍ଚି ସୋମନାଥ ମନ୍ଦିରର ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାଣ୍ଠି ସଂଗ୍ରହ ଏବଂ ନିର୍ମାଣର ତଦାରଖ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସୋମନାଥ ଟ୍ରଷ୍ଟ ଗଠନ କରାଯାଇଥିଲା।
ସୋମନାଥ ମନ୍ଦିରର ନୂତନ ଢାଞ୍ଚା ମନ୍ଦିରର ପାରମ୍ପରିକ ସୋମପୁରୀ ନିର୍ମାତାମାନେ ନିର୍ମାଣ କରିଥିଲେ। ୧୯୫୧ ମସିହା ମଇ ୧୧ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆୟୋଜନ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଅଟନ୍ତି।
Also readhttps://purvapaksa.com/congress-has-no-heart-or-house-for-mr-tharoor/
