ICC CHAMPIONS TROPHY 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ରେ ୬ ୱିକେଟ୍ ଜିତିଥିଲା।
ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୪୯.୪ ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୨୮ରନ କରିଥିଲା । ଜବାବରେ ଭାରତ ୪୬.୩ ଓଭରରେ ୪ ଓ୍ବିକେଟ ହରାଇ୨୩୧ ରନ କରି ବିଜୟୀ ହୋଇଛି ।
୨୨୯ରନ୍ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । ଦୁଇ ଓପନର ଆରମ୍ଭରୁ ଧମାକାଦାର ପାଳି ଆରମ୍ଭ କରିଥିଲେ । ତେବେ ଏହି ବିଜୟୀର ଓପନର ହିରୋ ଶୁଭମନ ଗିଲ୍ ଥିଲେ । ଶୁଭମନ ଗିଲ୍ ୧୨୯ ବଲରେ ୧୦୧ ରନ କରିଥିଲେ । ଯେଉଁଥିରେ ୯ଟି ଚୌକା ଏବଂ ୨ଟି ଛକ୍କା ସାମିଲ ଅଛି ।
ଗିଲ୍ ଙ୍କର ୱାନଡେ ଇଣ୍ଟେରନେଶନାଲ କ୍ୟାରିୟରର ଏହା ଅଷ୍ଟମ ଶତକ । ତେବେ ଗିଲ୍ ଙ୍କର ଏହି ଉପଲବ୍ଧି ପାଇଁ ରୋହିତ ଶର୍ମା ମଧ୍ୟ ଅନେକ ପ୍ରଭାବିତ ହୋଇଛନ୍ତି। ଖେଳ ସମାପ୍ତି ପରେ ଯେତେବେଳେ ଗିଲ୍ ନିଜ ପ୍ୟାଭିଲିୟନ୍ ରେ ଫେରୁଥିଲେ ସେତେବେଳେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ନତମସ୍ତକ ହୋଇ ଅଭିବାଦନ ଜଣାଇଥିଲେ। ଅନ୍ୟପଟେ ଶୁଭମନ ଗିଲ୍ ମଧ୍ୟ ତାଙ୍କୁ ସେହି ପରି ନତମସ୍ତକ ହୋଇ ଅଭିବାଦନ ଜଣାଇଥିଲେ । ପରେ ରୋହିତ ଶର୍ମା ଶୁଭମନ ଗିଲ୍ ଙ୍କୁ ଆଲିଙ୍ଗନ କରି ତାଙ୍କର ଏହି ଉପଲବ୍ଧି ପାଇଁ ଶୁଭକାମନା ଜଣାଇଥିଲେ ।
ALSO READ: https://purvapaksa.com/sourav-ganguly-accident/