Conspiracy against CM Mohan Majhi: ସରକାରରେ ବାରମ୍ବାର ମିଛ କହି ବାହାପିଆ ମନ୍ତ୍ରୀଭାବେ ପରିଚିତ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି।
ମୋହନ ସରକାର ଓ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ଉପନେତା ବିଧାନସଭା ଭିତରେ ପ୍ରଶଂସା କରୁଛନ୍ତି। ଅପରପକ୍ଷରେ ସରକାରରେ ବାହାପିଆ ମନ୍ତ୍ରୀଭାବେ ପରିଚିତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି।
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ହେବା ପରେ କୃଷ୍ଣଚନ୍ଦ୍ର ପାତ୍ର ଆଳୁ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାବେଳେ ବାରମ୍ବାର ମିଛ କହିବାରେ ଲାଗିଛନ୍ତି। ମୋହନ ସରକାରର ପ୍ରଥମ ମନ୍ତ୍ରୀଭାବେ ଏପରିକି ସେ ମିଲର ଓ ବ୍ୟବସାୟୀମାନଙ୍କଠାରୁ ଠନାଠନ୍ ଆଦାୟ କରିବାରେ ଲାଗିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି। ବୋଧହୁଏ ମୋହନ ସରକାରର ମନ୍ତ୍ରୀଙ୍କ ବିରୋଧରେ ଏପରି ଦୁର୍ନୀତି ଅଭିଯୋଗ ପ୍ରଥମ ଥର ପାଇଁ ଆସିଛି।
କେବଳ ସେତିକି ନୁହେଁ ଗରିବ ଲୋକଙ୍କୁ ରାସନ କାର୍ଡ ନାମରେ ସେ ଏବେ ଉତ୍ପୀଡ଼ନ କରିବା ଆରମ୍ଭ କରିଛନ୍ତି। ଘଟଣା ଏପରି; କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ରାସନ କାର୍ଡ କାଟିବା ପ୍ରତିଯୋଗିତା ଆରମ୍ଭ ହୋଇଛି। ସରକାର ଏହି କାର୍ଡଧାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିରୀକୃତ କରିଛନ୍ତି। ଯୋଗ୍ୟ ହିତାଧ୍ୟାକାରୀମାନଙ୍କୁ ତାଲିକାରୁ ବାଦ୍ ଦେବାକୁ ଚିଠି ହୋଇଛି। ଛୋଟମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ହିତାଧୀକାରୀଙ୍କୁ ବାଦ୍ ଦେବାକୁ ନିର୍ଦ୍ଦେଶ ରହିଛି ।
ଛୋଟମୋଟ ବ୍ୟବସାୟୀଙ୍କୁ ଅର୍ଥର ଆବଶ୍ୟକ ହେଲେ ରଣ ପାଇଁ ବ୍ୟାଙ୍କରେ ଆବେଦନ କରିଥାନ୍ତି। ଏହି ସମୟରେ ବ୍ୟାଙ୍କ ଆୟକର ରିଟର୍ଣ୍ଣ ମାଗନ୍ତି। ସାଧାରଣ ଗରିବ ଲୋକଟି ବାଧ୍ୟ ହୋଇ ରିଟର୍ଣ୍ଣ ଫାଇଲ କରେ । ଯେଉଁମାନେ ଟିକସ ଦେବା ଭଳି ରୋଜଗାର ନ ଥାଇ ବାଧ୍ୟ ହୋଇ ଜିରୋ ରିଟର୍ଣ୍ଣ ଫାଇଲ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ୍ କରାଯାଇଥିବା ଅଭିଯୋଗ ହୋଇଛି। ସରକାର ଯୋଗ୍ୟତା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରିଛନ୍ତି। ଇ କେୱାଇସି ପ୍ରକ୍ରିୟା ପରେ ପ୍ରତ୍ୟେକ ବ୍ଲକକୁ ଏକ ବାଦ୍ ତାଲିକା ପ୍ରଦାନ କରାଯାଇଛି।
ଏହି ତାଲିକାରେ ଅନେକ ତ୍ରୁଟି ଅଛି, ଯାହା ଫଳରେ ଯୋଗ୍ୟ ହିତାଧ୍ୟାକାରୀମାନେ ଭୁଲ ଭାବରେ ବାଦ ପଡ଼ିଛନ୍ତି। ଏହି ହିତାଧିକାରୀମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ, ଦୈନିକ ମଜୁରିଆ। ଯେଉଁମାନେ ସେମାନଙ୍କ ପରିବାର ଚଳେଇବାକୁ ଛୋଟମୋଟ ବ୍ୟବସାୟ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାଇଛନ୍ତି। ସେମାନେ ପ୍ରାୟତଃ ଋଣ ପାଇଁ ବ୍ୟାଙ୍କକୁ ଯିବାବେଳେ ଆୟକର ରିଟର୍ଣ୍ଣ ଏକ ବାଧ୍ୟତାମୂଳକ ଆବଶ୍ୟକତା ରହିଥାଏ। ଏହି କାରଣରୁ ଅନେକ ବ୍ୟକ୍ତି ବ୍ୟାଙ୍କିଂ ଆବଶ୍ୟକତା ପୂରଣ କରିବା ପାଇଁ ଶୂନ୍ୟ ରିଟର୍ଣ୍ଣ ଫାଇଲ୍ କରନ୍ତି। ଯଦିଓ ସେମାନଙ୍କର ପ୍ରକୃତ ଆୟ କମ୍ ରହିଥାଏ ଏବଂ ରାସନ କାର୍ଡ ଯୋଜନାର ଯୋଗ୍ୟତା ମାନଦଣ୍ଡ ମଧ୍ୟରେ ରହିଥାଏ।
ବର୍ତ୍ତମାନର ବ୍ୟବସ୍ଥା ଯାହା ଆଇଟିଆର ଫାଇଲିଂକୁ ବାଦ୍ ଦେବାର ଅଧାର ଭାବରେ ବିବେଚନା କରାଯାଉଛି। ପ୍ରକୃତ କରଦାତା ଏବଂ କେବଳ ବ୍ୟାଙ୍କିଂ ଆବଶ୍ୟକତା ପାଇଁ ରିଟର୍ଣ୍ଣ ଫାଇଲ୍ କରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଏକ ନିରପେକ୍ଷ ଯାଞ୍ଚ ବ୍ୟବସ୍ଥା ପ୍ରତିଷ୍ଠା କରାଯିବାକୁ ଏଥିରେ ଉଲ୍ଲେଖ ରହିଛି। ଯଦି ଏହାକୁ ଆଧାର କରି ରାସନ କାର୍ଡ କଟାଯାଏ ତେବେ ଅନେକ ନିମ୍ନ-ଆୟ ପରିବାର ପାଇଁ ସମସ୍ୟା ଆଣିଦେବ।
ଯଦି ଏହା ହୁଏ ତେବେ ମୋହନ ସରକାର ଏଭଳି ଅଯୋଗ୍ୟ ମନ୍ତ୍ରୀମାନଙ୍କ ଯୋଗୁ ବଦନାମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ଠନା ଠନ୍ ଅଭିଯୋଗ ଆଣିଲେ ତାରା ବାହିନୀପତି

