ମାଗଣା ଯୋଜନା ଧାରାକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ ହୋଇ ବୁଧବାର ସମସ୍ତ ରାଜନୈତିକ ଦଳକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ଏଭଳି ଯୋଜନା ଆମେ ପରଜୀବୀ ଶ୍ରେଣୀ ସୃଷ୍ଟି କରୁଛୁ। ଦୁର୍ଭାଗ୍ୟବଶତଃ, ଏହି ମାଗଣା ସାମଗ୍ରୀ ଯୋଗୁଁ ଲୋକମାନେ କାମ କରିବାକୁ ରାଜି ନୁହଁନ୍ତି।
ଏହି ପ୍ରରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୨୪ ମଇ ମାସ ସୁଦ୍ଧା ସର୍ବ ଭାରତୀୟ ସ୍ତରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ରାଜ୍ୟ ଜିଡିପିର ସର୍ବାଧିକ ୪.୪ ପ୍ରତିଶତ ଖର୍ଚ୍ଚ କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ମାଆ ପେଟରେ ଶିଶୁଟି ପ୍ରାଣ ସଞ୍ଚାର କରିବା ସମୟଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଅନେକ ମାଗଣା ଯୋଜନା ଲାଗୁ କରିଥିଲେ। ଏହା ପଛର ଉଦେ୍ଦଶ୍ୟ ଥିଲା ଭୋଟରଙ୍କୁ ମାଗଣା ଉପହାର ଦେଇ କ୍ଷମତା ରାଜନୀତିରେ ତିଷ୍ଠି ରହିବା। ଏହି ତାଲିକାରେ ଓଡ଼ିଶା ପଛକୁ ଉତ୍ତର ପ୍ରଦେଶର ୩.୮%, ଝାଡ଼ଖଣ୍ଡ ୩.୮%, ମଧ୍ୟପ୍ରଦେଶ ୩.୬%, ବିହାର ୩.୫% ଓ ହିମାଚଳ ପ୍ରଦେଶ ୩.୧% ରହିଛି।
୨୦୨୪ ମଇ ମାସ ସୁଦ୍ଧା ଭୋଟରଙ୍କୁ ମାଗଣା ଉପହାର ବାଣ୍ଟିବାରେ ନବୀନଙ୍କ ବିଜେଡି ସରକାର ରାଜ୍ୟ ରାଜକୋଷରୁ ୧୬ହଜାର ୯ଶହ କୋଟି ଟଙ୍କା ବ୍ୟୟ କରିଥିଲେ ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ଏହି ଅର୍ଥ ପରିମାଣ ରାଜ୍ୟ ଜିଡିପିର ୧.୮ ପ୍ରତିଶତ ବୋଲି ଏଥିରେ ଦର୍ଶାଯାଇଛି। ଯାହାଫଳରେ ରାଜ୍ୟ ରାଜକୋଷରେ ନିଅଣ୍ଟ ହେବାରୁ ମାଗଣା ଉପହାରର ଅତ୍ୟଧିକ ଖର୍ଚ୍ଚ ଭରଣା କରିବା ପାଇଁ ରାଜ୍ୟ ସରକାର ବଜେଟ୍ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି।
୨୦୨୫ ଆର୍ଥିକ ବର୍ଷରେ ଓଡ଼ିଶାର ବିତ୍ତିୟ ନିଅଣ୍ଟ ପରିମାଣ ୦.୬ ପ୍ରତିଶତକୁ ବୃଦ୍ଧି ପାଇବା ସହିତ ରାଜସ୍ୱ ବ୍ୟୟ ପରିମାଣ ୧.୯ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହି ସମୟରେ ପୁଞ୍ଜି ବ୍ୟୟ ପରିମାଣ ବିଯୁକ୍ତ ୦.୫ ପ୍ରତିଶତକୁ ବୃଦ୍ଧି ପାଇବ।
କେବଳ ଯେ ବିଜେଡି ସରକାର ମାଗଣା ବାଣ୍ଟୁଥିଲା କହିଲେ ଭୁଲ ହେବ। ବିଜେଡିକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ମଧ୍ୟ ଭୋଟରମାନଙ୍କୁ ଅନେକ ମାଗଣା ପ୍ରତିଶ୍ରୁତି ଦେଇଛି। ତା’ ମଧ୍ୟରେ ସୁଭଦ୍ରା ଯୋଜନାରେ ଚଳିତ ବର୍ଷ ପାଇଁ ୧୦ହଜାର କୋଟି ବ୍ୟୟବରାଦ କରାଯାଇଥିଲାବେଳେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କା, ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା, ପେନସନ ଆଦି ଅନେକ ଯୋଜପା ପାଇଁ ବିଜେପି ସରକାର ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ଫଳରେ ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ବୋଝ ବଢ଼ିବା ନିଶ୍ଚିତ ହୋଇଛି।
Also readhttps://purvapaksa.com/how-states-pay-an-exorbitant-price-for-freebies-announced-during-elections/
ଭୋଟ୍ ପାଇଁ ରାଜନୈତିକ ଦଳର ମାଗଣା ଉପହାର ରାଜ୍ୟ ଅର୍ଥନୀତିକୁ କିପରି ତଳିତଳାନ୍ତ କରୁଛି!
