ଆପଣମାନେ ଜାଣିଥିବେ ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ରୋଗୀଙ୍କୁ କରିଛନ୍ତି ଦୁର୍ବ୍ୟବହାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ । ଯାହାପରେ ଚିକିତ୍ସାଳୟ ଗେଟ୍ ସମ୍ମୁଖରେ ରୋଗୀଙ୍କ ସହ ପରିବାର ଲୋକେ ଧାରଣା ଦେଇଥିଲେ ।
ଦୀର୍ଘ ପାଞ୍ଚ ଦିନ ହେଲା ନୀଳଗିରି ଚୀମିନି ଭାଟି ଅଞ୍ଚଳର ଖକନ ବେହେରା ହୃଦରୋଗରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ମେଡ଼ିକାଲ ଖକନଙ୍କ ପାଖରେ ପରିବାର ଲୋକ ନଥିବା ବେଳେ ହଠାତ ଜଣେ ମେଡ଼ିକାଲ କର୍ମଚାରୀ ରୋଗୀଙ୍କ ପାଖରେ ପହଞ୍ଚି ତାଙ୍କୁ ରେଫର କରିବା ପାଇଁ ଜୋର ଜବରଦସ୍ତି ଓ ଦୁର୍ବ୍ୟବହାର କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିଛି ସେ ପର୍ଯ୍ୟନ୍ତ ପରିବାର ଲୋକ ଉଠିବେନି ବୋଲି କହିଥିଲେ । ପରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ସରୋଜିନୀ ପ୍ରଧାନ ଧାରଣା ଦେଇଥିବା ରୋଗୀ ଓ ପରିବାର ଲୋକଙ୍କ ପାଖରେ ପହଞ୍ଚି ପ୍ରତିଶୃତି ଦେବା ପରେ ଧାରଣାରୁ ଉଠିଥିଲେ ପରିବାର ଲୋକ । ତେବେ ତଦନ୍ତ ପରେ ହିଁ ପ୍ରକୃତ ସତାସତ୍ୟ ଜଣାପଡିବା ବୋଲି କହିଛନ୍ତି SDMO ସରୋଜିନୀ ପ୍ରଧାନ ।ଆଜିକାଲି ବିଭିନ୍ନ ହସ୍ପିଟାଲ ମାନଙ୍କରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଯାହାଫଳରେ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
Also read https://purvapaksa.com/state-shree-mandira-ratna-bhandara-repair-work-will-again-start-from-today/
ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ