PM Modi: ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରୟାଗରାଜ ଗସ୍ତକରି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି।
ଗେରୁଆ ସ୍ୱେଟ୍ ସାର୍ଟ ଏବଂ ଟ୍ରାକ୍ ସୁଟ୍ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ତ୍ରିବେଣୀ ସଙ୍ଗମରେ ରୁଦ୍ରାକ୍ଷ ମଣି ଧରି ପୂଜାର୍ଚ୍ଚନା କରିବା ସହ ମନ୍ତ୍ର ଜପ କରିବା ପରେ ନେଭି ନୀଳ ରଙ୍ଗର କୁର୍ତା, କଳା ଜ୍ୟାକେଟ୍ ଏବଂ ହିମାଚଳୀ ଉଲନ ଟୋପି ପିନ୍ଧି ଆରତି ଅର୍ପଣ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ରୀତିନୀତିରେ ସ୍ନାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆଖଡ଼ାରୁ ସାଧୁସନ୍ଥମାନଙ୍କୁ ସମ୍ବୋଧିତ କରିବା ସହ ଦେଶ ଗଠନ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅରିଆଲ ଘାଟରୁ ମହାକୁମ୍ଭ ପର୍ଯ୍ୟନ୍ତ ଡଙ୍ଗାରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସଙ୍ଗମ ଘାଟରେ ଗାଧୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୦ଟା ୫ମିନିଟରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବା ପରେ ପୂର୍ବାହ୍ନ ୧୦ଟା ୪୫ରେ ଅରିଏଲ ଘାଟ ଅଭିମୁଖେ ଯାତ୍ରା କରିଥିଲେ।
ସେପଟେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି ।
ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ରିଜିଜୁ କହିଛନ୍ତି, ମହାକୁମ୍ଭ ୧୪୪ ବର୍ଷରେ ଥରେ ଅର୍ଥାତ୍ ଅନେକ ପିଢ଼ିରେ ଥରେ ଆସିଥାଏ। ଏଭଳି ଐତିହାସିକ ଧାର୍ମିକ ମୁହୂର୍ତ୍ତରେ କେହି ରାଜନୀତି କରିବା ଉଚିତ ନୁହେଁ। ମୁଁ ଭାଗ୍ୟବାନ ଯେ ମୁଁ ପବିତ୍ର ତ୍ରିବେଣୀ ସଙ୍ଗମରେ ଗାଧୋଇଲି । ମହାକୁମ୍ଭକୁ ଆସୁଥିବା ଲୋକଙ୍କ ସଂଖ୍ୟା ଅଭୂତପୂର୍ବ ଏବଂ ଅକଳ୍ପନୀୟ ହୋଇଥିବାରୁ ସମସ୍ତେ ଗାଇଡଲାଇନ୍ ପାଳନ କରନ୍ତୁ।
ଫେବୃଆରୀ ୫ ହିନ୍ଦୁ କ୍ୟାଲେଣ୍ଡରରେ ଏକ ବିଶେଷ ମହତ୍ତ୍ୱ ଗ୍ରହଣ କରେ କାରଣ ଅନେକ ମାଘ ଅଷ୍ଟମୀ ଏବଂ ଭୀଷ୍ମ ଅଷ୍ଟମୀ ପାଳନ କରନ୍ତି । ଆଜି ଗୁପ୍ତ ନବରାତ୍ରି ସହିତ ମଧ୍ୟ ମେଳ ଖାଉଛି, ଏକ ଶୁଭ ଅବସର ଯେଉଁଠାରେ ଅନେକ ଶ୍ରଦ୍ଧାଳୁ ଉପବାସ ଏବଂ ଧ୍ୟାନ କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି।
ଭାରତୀୟଙ୍କ ରୋଜଗାର ଖାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ, ଜେଏନୟୁ ରିପୋର୍ଟରୁ ପଦାକୁ ଆସିଲା ସାଂଘାତିକ ତଥ୍ୟ