Moist: ବଢ଼ିଚାଲିଛି ମାଓବାଦୀଙ୍କ ଆତଙ୍କ । ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ ।
ଛତିଶଗଡ଼ ବିଜାପୁର ବୁଡ଼ଗିଚେରୁ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକ କାରମ ରାଜୁ ଓ ମାଡ଼ବି ମୁନ୍ନାଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ହତ୍ୟା କରି ଗାଁରେ ମୃତଦେହ ପକାଇ ଚାଲିଗଲେ ମାଓବାଦୀ । ଏହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ । ଗ୍ରାମର କାରମ ରାଜୁ ଏବଂ ମାଡ଼ବି ମୁନ୍ନାକୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ମୃତଦେହକୁ ଗ୍ରାମରେ ଆଣି ଫିଙ୍ଗି ଦେଇଥିଲେ । ଆଜି ସକାଳେ ପରିବାର ଲୋକେ ଥାନାକୁ ଖବର ଦେବା ପରେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି ।
ALSO READ: https://purvapaksa.com/parking-arrangements-to-be-made-at-five-places-for-india-england-odi-match/
ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା