Donkey route: ଡଙ୍କି ରୁଟ୍ର ଅର୍ଥ ହେଉଛି ଏକ ଦେଶରେ ପ୍ରବେଶ କରିବାର ଏକ ବେଆଇନ ଉପାୟ। ଏଥିରେ ବ୍ୟକ୍ତି ଜଣକ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଦେଶର ସୀମାରେ ପ୍ରବେଶ କରିଥାନ୍ତି। ଅନେକ ବିକଶିତ ଦେଶରେ ଏହି ସମସ୍ୟା ଏକ ବଡ଼ ସମସ୍ୟା ପାଲଟିଛି।
ଆମେରିକା ନିର୍ବାଚନ ସମୟରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ପ୍ରସଙ୍ଗ ଜୋରଦାରଭାବେ ଉଠାଇଥିଲେ। ନିର୍ବାଚନ ଜିତିବା ପରେ ବେଆଇନଭାବେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କଥା କହିଥିଲେ। ଟ୍ରମ୍ପ ରାଷ୍ଟ୍ରପତିଭାବେ ଶପଥ ନେବା ପରଠାରୁ ଏଭଳି ଅବୈଧ ପ୍ରବାସୀଙ୍କ ବିରୋଧରେ ଆମେରିକାରେ ସୁରକ୍ଷା ଏଜେନ୍ସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କଲେଣି। ଏହି ବେଆଇନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ‘ଡଙ୍କି ରୁଟ୍’ ଦେଇ ଆମେରିକାରେ ପ୍ରବେଶ କରିଥିବା ଭାରତୀୟ ମଧ୍ୟ ସାମିଲ ଅଛନ୍ତି।
ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ଆପଣଙ୍କର ନିଶ୍ଚିତ ଭାବେ ମନେଥିବ। ଫିଲ୍ମ ବକ୍ସ ଅଫିସରେ ମାଡ଼ ଖାଇଯାଇଥିଲା ସତ କିନ୍ତୁ ଏହାର କାହାଣୀ ଗୋଟିଏ ଗମ୍ଭୀର ପ୍ରସଙ୍ଗ ଉପରେ ଆଧାରିତ ଥିଲା। ଏଥିରେ ବେଆଇନ ଅନୁପ୍ରବେଶ କଥା କୁହାଯାଇଥିଲା। ଯେଉଁଥିରେ ତିନିଜଣ ଲୋକ ସେମାନଙ୍କ ପରିସ୍ଥିତିକୁ ବଦଳାଇବା ପାଇଁ ଯେକୌଣସି ଉପାୟରେ ଲଣ୍ଡନରେ ପହଞ୍ଚିବାକୁ ଚାହୁଁଛନ୍ତି। ଶେଷରେ ଏହି ତିନି ଜଣ ‘ଡଙ୍କି ରୁଟ୍’ ଜରିଆରେ ଲଣ୍ଡନରେ ପହଞ୍ଚିବାରେ ସଫଳ ହୋଇଥିଲେ। ଏବେ ପ୍ରଶ୍ନ ଉଠୁଛି, ଡଙ୍କି ରୁଟ୍ କ’ଣ? କେମିତି ଏହାଦେଇ ଅବୈଧ ବିଦେଶୀ ଅନ୍ୟଗୋଟିଏ ଦେଶ ମଧ୍ୟକୁ ପ୍ରବେଶ କରନ୍ତି? ଏହି ଶବ୍ଦ କେଉଁଠୁ ଆସିଲା? ଡଙ୍କି ବଦଳରେ ଅନ୍ୟ କୌଣସି ଶବ୍ଦ କାହିଁକି ବ୍ୟବହୃତ ହେଲା ନାହିଁ?
ସବୁ ଦେଶ ପାଇଁ ଚିନ୍ତା ଡଙ୍କି ରୁଟ୍
ଡଙ୍କି ରୁଟର ଅର୍ଥ ହେଉଛି ଏକ ଦେଶରେ ପ୍ରବେଶ କରିବାର ଏକ ବେଆଇନ ଉପାୟ। ଏଥିରେ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଦେଶର ସୀମାରେ ପ୍ରବେଶ କରି ସେଠାରେ ରହିବା ଆରମ୍ଭ କରିଦିଏ। ଅନେକ ବିକଶିତ ଦେଶରେ ଏହି ସମସ୍ୟା ଏକ ବଡ଼ ସମସ୍ୟା ପାଲଟିଛି। ଆମେରିକାରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ୭ ଲକ୍ଷ ୨୫ ହଜାରରୁ ଅଧିକ ବୋଲି କୁହାଯାଉଛି। ସେହିଭଳି କାନାଡା, ବ୍ରିଟେନ ଓ ସମଗ୍ର ୟୁରୋପରେ ଲୋକମାନେ ବେଆଇନଭାବେ ଡଙ୍କି ମାର୍ଗ ଦେଇ ପ୍ରବେଶ କରୁଛନ୍ତି। ଭାରତରେ ମଧ୍ୟ ଏଭଳି ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁମାନେ ଡଙ୍କି ମାର୍ଗ ବ୍ୟବହାର କରୁଛନ୍ତି।
ଏହି ଶବ୍ଦ କେଉଁଠୁ ଆସିଲା?
ଡଙ୍କି ମାର୍ଗ ଏକ ବେଆଇନ ଏବଂ ଅତ୍ୟନ୍ତ ବିପଜ୍ଜନକ ମାର୍ଗ। ଜୀବନକୁ ବାଜି ଲଗାଇ ଏହି ରାସ୍ତା ଦେଇ ଦେଶର ସୀମାରେ ପ୍ରବେଶ କରୁଛନ୍ତି ଲୋକେ। ବାସ୍ତବରେ ଏହା ପଞ୍ଜାବୀ ପ୍ରବଚନ ‘ଡାଙ୍କି’ରୁ ଉତ୍ପନ୍ନ ହୋଇଛି। ଅର୍ଥାତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁବା। ଡଙ୍କି ମାର୍ଗ ବିପଦପୂର୍ଣ୍ଣ, ଲୋକଙ୍କୁ ବେଆଇନଭାବେ ଦେଶରେ ପ୍ରବେଶ କରିବା ପାଇଁ ବହୁ ଦୂରଯାତ୍ରା କରିବାକୁ ପଡ଼ିଥାଏ ଏବଂ ଏଥିରେ ବିପଦ ରହିଛି। ବିନା ଭିସା କିମ୍ବା ବୈଧ କାଗଜପତ୍ରରେ ଏହି ଯାତ୍ରା କରାଯାଏ, ଯେଉଁଥିରେ ଲୋକମାନେ ଜଙ୍ଗଲ, ନଦୀ ଏବଂ ଏପରିକି ସମୁଦ୍ର ମଧ୍ୟ ଅତିକ୍ରମ କରନ୍ତି। ଅନେକ ସମୟରେ ଲୋକମାନେ ଏଭଳି ଭାବରେ ପ୍ରାଣ ମଧ୍ୟ ହରାଉଛନ୍ତି। ବାସ୍ତବରେ ଅନେକ ଚୋରା ମାନବ ଚାଲାଣକାରୀ ଡଙ୍କି ମାର୍ଗ ଦେଇ ଗୋଟିଏ ଦେଶର ନାଗରିକଙ୍କୁ ଅନ୍ୟ ଦେଶକୁ ପ୍ରବେଶ କରାଇଥାନ୍ତି। ସଂଗଠିତ ଅପରାଧିକ ସଂଗଠନ ଏଥିରୁ ଢେର ଟଙ୍କା କମାଉଛନ୍ତି।
Also readhttps://purvapaksa.com/share-market-rise-and-fall-investors-are-choosing-hybrid-mutual-fund/
ଅସ୍ଥିର ବଜାରରେ ହାଇବ୍ରିଡ୍ ଫଣ୍ଡ୍ ଦେଉଛି ନିବେଶକଙ୍କୁ ସୁରକ୍ଷା ଓ ଭଲ ରିଟର୍ଣ୍ଣ
