ଆସନ୍ତା ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ କାମ୍ଭମପତି ହରି ବାବୁ ଜାତୀୟ ପତାକା ଉତ୍ତୋଳନ କରିବେ।
ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି। ବିଜ୍ଞପ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରୁଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଛି।
ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ।
ପୁରୀ ଓ ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ରାଜ୍ୟ କ୍ୟାବିନେଟର ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସୋନପୁରରେ ରବି ନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ନାୟକ, ଜଗତସିଂହପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱୀରାଜ ହରିଚନ୍ଦନ, ରାୟଗଡ଼ାରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୂଷଣ ଜେନା, ବାଲେଶ୍ୱରରେ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଗଣେଶ ରାମ ସିଂହ ଖୁଣ୍ଟିଆ, ନୂଆପଡ଼ାରେ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳରେ ପ୍ରଦୀପ ବଳ ସାମନ୍ତ ଯୋଗଦେବେ। ନୟାଗଡ଼ରେ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମାଲକାନଗିରିରେ ଗୋକୁଳାନନ୍ଦ ମଲ୍ଲିକ।
କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲାରେ ସମ୍ପୃକ୍ତ ଜୋନର ଆରଡିସିମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାକି ଜିଲ୍ଲାରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
Also read https://purvapaksa.com/stf-team-seizes-1-quintal-of-marijuana-from-car/
କାର ଭିତରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫ ଟିମ୍