ଖୋ ଖୋ ବିଶ୍ୱକପର ଉଦଘାଟନୀ ସଂସ୍କରଣରେ ଉଭୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହେବା ପରେ ଖୋ ଖୋରେ ଭାରତ ଦମଦାର ଆଧିପତ୍ୟ ଜାହିର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସରେ ନିଜ ଅଫିସିଆଲ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ KhoKho WorldCup ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା ଦଳକୁ ଅଭିନନ୍ଦନ । ଏହି ଉଲ୍ଲେଖନୀୟ ସଫଳତା ସେମାନଙ୍କର ଅସାଧାରଣ ଦକ୍ଷତା, ଅତୁଟ ସଂକଳ୍ପ ଏବଂ ଉତ୍କୃଷ୍ଟ ଦଳଗତ କାର୍ଯ୍ୟର ପ୍ରମାଣ । ସେମାନଙ୍କର କ୍ରମାଗତ ସଫଳତା ଏବଂ ଭବିଷ୍ୟତରେ ଆହୁରି ଅନେକ ବିଜୟ କାମନା କରୁଛି।
କିଛି ଦିନ ତଳେ ଖୋ ଖୋ ବିଶ୍ୱକପ୍ ରେ ନେପାଳକୁ ୫୪-୩୬ ପଏଣ୍ଟରେ ପରାସ୍ତ କରି ଭାରତୀୟ ପୁରୁଷ ଦଳ ପୁରୁଷ ବିଶ୍ୱକପ୍ ଜିତିଥିଲା। ଭାରତୀୟ ମହିଳା ଦଳ ମଧ୍ୟ ନେପାଳକୁ ୭୮-୪୦ରେ ପରାସ୍ତ କରିଛି।
ପୁରୀ ବେଳାଭୂମିରେ ଡୋନାଲ୍ଡ ଟ୍ରମ୍ପଙ୍କ ୪୭ ଫୁଟ ଲମ୍ବର ବାଲୁକା କଳା ତିଆରି କଲେ ସୁଦର୍ଶନ ପଟ୍ଟନାୟକ