Nagin: ବଲିଉଡ଼ର ସ୍ତ୍ରୀ ଶ୍ରଦ୍ଧା କପୁର ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତାଙ୍କ ସୁନ୍ଦରତାରେ ଘାଏଲା ହୋଇଯାନ୍ତି ଫ୍ୟାନ୍ସମାନେ ।
ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଉପଲୋଡ଼ କରିବା ମାତ୍ରେ ହିଁ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗେ । ନିକଟରେ ସେ ସ୍ତ୍ରୀ ବା ଭୁତ ଭୂମିକାରେ ଅଭିନୟ କରିଥିଲେ । ଯାହା ବକ୍ସ ଅଫିସ୍ ରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।
ହେଲେ ଦୀର୍ଘ ଦିନ ଧରି ଶ୍ରଦ୍ଧା କପୁର ନାଗିନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘ ଦିନ ଧରି ଭାରତରେ ନାଗ-ନାଗିନଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ ହୋଇନଥିବାରୁ ପ୍ରଶଂସକମାନେ ଶ୍ରଦ୍ଧା କପୁରଙ୍କୁ ଇଚ୍ଛାଧାରୀ ନାଗିନ ଭୂମିକାରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି । ଏବେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।
ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ନାଗିନ’ର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମକର ସଂକ୍ରାନ୍ତି ଦିନ ସୋସିଆଲ ମିଡ଼ିଆରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏହି ସୂଚନା ଦେଇଛନ୍ତି।
କିଛି ବର୍ଷ ତଳେ ଶୁଣିବାକୁ ମିଳିଥିଲା ଯେ ଶ୍ରଦ୍ଧା କପୁର ଫିଲ୍ମ ‘ନାଗିନ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । କାରଣ ନିକଟରେ ଏହି ଫିଲ୍ମର ପ୍ରଯୋଜକ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସେୟାର କରିଛନ୍ତି ।
ନିଖିଲ ଦ୍ୱିବେଦୀ ଫଟୋ ସେୟାର କରିଛନ୍ତି
ମକର ସଂକ୍ରାନ୍ତି ଅବସରରେ ନିଖିଲ ଦ୍ୱିବେଦୀ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଫିଲ୍ମର ସ୍କ୍ରିପ୍ଟର ଝଲକ ଦେଖିବାକୁ ମିଳୁଛି । ସେୟାର ହୋଇଥିବା ଫଟୋରେ ନାଗିନ ‘ଆନ୍ ଏପିକ୍ ଟେଲ୍ ଅଫ୍ ଲଭ୍ ଆଣ୍ଡ ସକ୍ରିଫ୍ରାଇଜ’ ଲେଖିଥିବା ଦେଖିବାକୁ ମିଳିଛି। ସେହିପରି ନିମ୍ନରେ ଏହାକୁ ସେଫରନ ମ୍ୟାଜିକ୍ ୱାର୍କସ ଦ୍ୱାରା ସୃଷ୍ଟି ଓ ବିକଶିତ ବୋଲି ଲେଖାଯାଇଛି । ସ୍କ୍ରିପ୍ଟ ଚାରିପଟେ ଗେଣ୍ଡୁ ଫୁଲ ମଧ୍ୟ ଦେଖିବାକୁ ମିଳେ ।
କେବେ ଆରମ୍ଭ ହେବ ସୁଟିଂ ?
ନିଖିଲ ଦ୍ୱିବେଦୀ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, “ମକର ସଂକ୍ରାନ୍ତି ଏବଂ ଶେଷରେ …. ଏହି କ୍ୟାପସନ୍ ସ୍ପଷ୍ଟ ସଙ୍କେତ ଦେଉଥିଲା ଯେ ଫିଲ୍ମର କାମ ଏବେ ଆରମ୍ଭ ହେବାକୁ ଯାଉଛି। ଗତବର୍ଷ ଏକ ସାକ୍ଷାତକାରରେ ନିଖିଲ ଦ୍ୱିବେଦୀ କହିଥିଲେ ଯେ ଶ୍ରଦ୍ଧା କପୁର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ୨୦୨୫ରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ।
‘ସ୍ତ୍ରୀ-୨’ରେ ଅଭିନୟ କରିଥିଲେ ଶ୍ରଦ୍ଧା
ଶ୍ରଦ୍ଧା କପୁରଙ୍କୁ ଶେଷ ଥର ପାଇଁ ହରର କମେଡ଼ି ଫିଲ୍ମ ‘ସ୍ତ୍ରୀ ୨’ରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା । ଫିଲ୍ମଟି ଟିକେଟ ୱିଣ୍ଡୋରେ ୫୯୭.୯୯ କୋଟି ଆୟ କରିଥିଲା । ଏହି ଫିଲ୍ମ ୨୦୨୪ ରେ ସର୍ବାଧିକ ରୋଜଗାର କରିଥିବା ବଲିଉଡ଼ ଫିଲ୍ମ ଥିଲା ।
ALSO READ: https://purvapaksa.com/hah-rukh-khan-link-up-rumors-never-spread-with-any-actress/
କାହିଁକି କୌଣସି ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇନି ଏହି ଅଭିନେତାଙ୍କ ନାମ?