Indian-origin fanboy: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନରେ ପ୍ରସିଦ୍ଧ ଖେଳାଳି ନୋଭାକ ଜୋକୋଭିକ୍ ପ୍ରଥମ ରାଉଣ୍ଡରେ ନିଶେଷ ବାସଭାରେଡ୍ଡୀ ନାମକ ଜଣେ ଖେଳାଳିଙ୍କୁ ଭେଟିଥିଲେ। ଅବଶ୍ୟ ଜୋକୋଭିକ୍ ଏହି ମ୍ୟାଚ୍ ଜିତିଥିଲେ। ହେଲେ ଲଢୁଆ ପ୍ରଦର୍ଶନ ବଳରେ ନିଶେଷ ବହୁ ଟେନିସ ପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଥିବା ଜୋକୋଭିକଙ୍କ ଭଳି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ପ୍ରଥମ ସେଟ ଜିତି ନିଶେଷ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ମ୍ୟାଚ ପରେ ମଧ୍ୟ ଜୋକୋଭିକ ତାଙ୍କୁ ପ୍ରଶଂସା କରିଥିଲେ। ଅସଲରେ ଦେଖିବାକୁ ଗଲେ ଏହି ୧୯ବର୍ଷିୟ ଯୁବ ଖେଳାଳି ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଆସନ୍ତୁ ଏହି ଯୁବ ତାରକାଙ୍କ ବିଷୟରେ ଜାଣିବା ।
- ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମରେ ଆଉଜଣେ ଭାରତୀୟ
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଟେନିସ୍ ଖେଳାଳି ନିଶେଷ ବାସଭାରେଡ୍ଡୀଙ୍କ ବୟସ ମାତ୍ର ୧୯ ବର୍ଷ ଏବଂ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଟିପି ଟୁର୍ ସିଜିନ୍ ଖେଳି ନାହାନ୍ତି। ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ୨୪ ଥର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ନୋଭାକ୍ ଜୋକୋଭିକଙ୍କ ସହ ପ୍ରଥମ ରାଉଣ୍ଡ୍ ଖେଳିବାକୁ ତାଲିକା ଭୁକ୍ତ ହେବାର କ୍ଷଣକ ମଧ୍ୟରେ ତାଙ୍କ ଲୋକପ୍ରିୟତା ବଢି ଯାଇଥିଲା। ସୋସିଆଲ ମିଡ଼ିଆରେ ତାଙ୍କରି ଚର୍ଚ୍ଚା ହୋଇଥିଲା ।
ବସାଭାରେଡ୍ଡୀଙ୍କ ବୟସ ମାତ୍ର ୧୯ ବର୍ଷ ଏବଂ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଟିପି ଟୁର୍ ସିଜିନ୍ ଖେଳିନାହାନ୍ତି। ୨୦୨୪ର ଶେଷ ଭାଗରେ ସେ ପେସାଦାର ଟେନିସରେ ପାଦ ଦେଇଥିଲେ । ନେକ୍ସଟ ଜେନ୍ ଏଟିପି ଫାଇନାଲ୍ସ ପାଇଁ ସେ ଗତ ବର୍ଷ ପ୍ରଥମ କରି ଯୋଗ୍ୟତା ଅର୍ଜନ କରିଥିଏଲେ। ଏଥିରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେ ଗ୍ରୁପ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ହାରି ଶେଷ ସ୍ଥାନରେ ରହିଥିଲେ।
ଗତ ବର୍ଷ ବାସାଭାରେଡ୍ଡୀଙ୍କ ପ୍ରଦର୍ଶନ ଏଟିପି ଚ୍ୟାଲେଞ୍ଜର ସର୍କିଟରେ ସୀମିତ ରହିଥିଲା। ଏଟିପି ଫାଇନାଲ୍ସ ପୂର୍ବରୁ ଏହି ଯୁବ ଖେଳାଳି ନଭେମ୍ବରରେ ପୁଏର୍ତ୍ତୋରିକୋ ଭାଲାର୍ଟା ଓପନ୍ ଜିତିଥିଲେ। ସେହି ମାସ ପ୍ରାରମ୍ଭରେ ସେ ଆମେରିକାର ଚ୍ୟାଲେଞ୍ଜର ଅଭିଯାନରେ ଉପବିଜେତା ଏବଂ ଚ୍ୟାଲେଞ୍ଜର ନକ୍ସଭିଲରେ ସେମିଫାଇନାଲରେ ପହଞ୍ଚିଥିଲେ।
ଚଳିତ ସପ୍ତାହରେ ଏଏସବି କ୍ଲାସିକରେ ବାସଭାରେଡ୍ଡୀ କ୍ୱାଲିଫାୟରରେ ଚତୁର୍ଥ ଓ ଷଷ୍ଠ ମାନ୍ୟତାପ୍ରାପ୍ତ ବୋଟିକ୍ ଭାନ୍ ଡି ଜାଣ୍ଡସ୍କୁପ ଓ ଡାନିଏଲ୍ ଅଲ୍ଟମେୟର, ରାଉଣ୍ଡ ଅଫ୍ ୧୬ରେ ଦ୍ୱିତୀୟ ସିଡ ଆଲେଜାନ୍ଦ୍ରୋ ତାବିଲୋ ଏବଂ କ୍ୱାର୍ଟରରେ ଅଷ୍ଟମ ସିଡ ଆଲେକ୍ସ ମିସେଲସେନଙ୍କୁ ପରାସ୍ତ କରିଥିଲେ। ମାତ୍ର ସେମି ଫାଇନାଲ୍ରେ ସେ ଗାଏଲ ମୋନଫିଲ୍ସଙ୍କ ଠାରୁ ପରାସ୍ତ ହୋଇଥିଲେ।
ଗତ ନଭେମ୍ବରରେ ମାନ୍ୟତା ତାଲିକାର ୬୭୬ ନମ୍ବର ସ୍ଥାନ ରହିଥିବା ବାସଭାରେଡ୍ଡୀ ଏହି ବିଜୟ ପେର ମାନ୍ୟତା ତାଲିକାର ୧୩୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେ ମଧ୍ୟ ପୂର୍ବତନ ଜୁନିୟର ମାନ୍ୟତା ତାଲିକାର ତୃତୀୟ ସ୍ଥାନରେ ରହିଥିଲେ।
ଉପନାମ ଅନୁଯାୟୀ, ନିଶେଷଙ୍କ ପିତାମାତା ଆନ୍ଧ୍ରପ୍ରଦେଶର ନେଲ୍ଲୋରର ବାସିନ୍ଦା। ସେମାନେ ୨୬ ବର୍ଷ ପୂର୍ବେ ସାନ୍ ଫ୍ରାନସିସ୍କୋକୁ ଚାଲି ଆସିଥିଲେ। ୨୦୦୫ରେ ନିଶେଷ ଉପକୂଳବର୍ତ୍ତୀ ସହର ନ୍ୟୁପୋର୍ଟ ବିଚରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ୍ ରହିଛି। ୧୯ ବର୍ଷୀୟ ଏହି ଖେଳାଳି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଆମେରିକାର ପୂର୍ବତନ ଟେନିସ୍ ଖେଳାଳି ବ୍ରାୟନ ସ୍ମିଥ୍ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
previous article: https://purvapaksa.com/manu-bhakers-net-worth-was-just-rs-60-lakh-before-paris-olympic/
ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ସୁଟର ମନୁଙ୍କ ଆୟ ଥିଲା ୬୦ ଲକ୍ଷ ଟଙ୍କା । ଏବେ ତାଙ୍କ ସମ୍ପତ୍ତି କେତେ?