ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ କୃଷକମାନଙ୍କ ପାଇଁ ବଜାର ଉପଲବ୍ଧତା ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ପାଇଁ ତିନୋଟି ନୂତନ ପଦକ୍ଷେପ ଗାଈ ଇଣ୍ଡକ୍ସନ, ଗିଫ୍ଟ କ୍ଷୀର ଏବଂ ବଜାର ସହାୟତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ଭର୍ଚୁଆଲ ଭାବେ ଉଦଘାଟନ କରିଛନ୍ତି। ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି)ର ତତ୍ତ୍ୱାବଧାନରେ ଏହା କାର୍ଯ୍ୟକାରୀ ହେବ।
ଏହି ଅବସରରେ ମୁର୍ମୁ କହିଥିଲେ ଯେ ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ପରିବାରର ଆୟରେ ପଶୁସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପଦକ୍ଷେପ ଗ୍ରାମୀଣ ଗୋପାଳକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ। ଭାରତର ବିବିଧ ପଶୁପକ୍ଷୀ ପ୍ରଜାତି ଆମ ର କୃଷି ଐତିହ୍ୟକୁ ସମୃଦ୍ଧ କରିଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆମର ଅଗ୍ରଗତି ପଶୁପାଳନକ୍ଷେତ୍ରରେ ଉତ୍କର୍ଷତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, କିନ୍ତୁ ପଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆହୁରି ଅନେକ କିଛି କରାଯାଇପାରିବ ବୋଲି ସେ କହିଛନ୍ତି।
ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିବା ସହ ଏହାକୁ ରଣନୈତିକ ପ୍ରଜାତି ବିକାଶ ଏବଂ ଜେନେଟିକ୍ ଉନ୍ନତୀକରଣ ପ୍ରୟାସକୁ ଦାୟୀ କରିଥିଲେ । “ଗତ ୧୦ ବର୍ଷ ମଧ୍ୟରେ ଆମର ମିଲ୍ଚ ଗୋରୁଙ୍କ ଉତ୍ପାଦକତା ଅସାଧାରଣ ବୃଦ୍ଧି ପାଇଛି । ଉଭୟ ପଶୁପକ୍ଷୀଙ୍କ ସଂଖ୍ୟା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ ଦୁଗ୍ଧ ସମେତ ପଶୁମାନଙ୍କଠାରୁ ମିଳୁଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତା ରେ ମଧ୍ୟ ଉନ୍ନତି ଆସିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ୩ ହଜାର ଉନ୍ନତମାନର ଦୁଗ୍ଧଧରା ଗାଈ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ। ସେଥିମଧ୍ୟରୁ ରାଇରଙ୍ଗପୁର ଉପଖଣ୍ଡର ୧ହଜାର ହିତାଧିକାରୀଙ୍କୁ ଏନଡିଡିବି ପକ୍ଷରୁ ଗୋଟିଏ ଲେଖାଏଁ ଗାଈ ମିଳିବ। ଗୋରୁଙ୍କ ଜେନେଟିକ୍ ଗୁଣବତ୍ତା ରେ ଉନ୍ନତି ଆଣିବା, ଦୁଗ୍ଧ ଚାଷୀଙ୍କୁ ଅଧିକ ଦୁଗ୍ଧ ଉତ୍ପାଦନ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉନ୍ନତ ଜୀବନଧାରଣ ମାନ ହାସଲ କରିବା ପାଇଁ ଗୁଜରାଟରୁ ଏହି ଗାଈଗୁଡ଼ିକୁ ଅଣାଯାଇଛି।
ଗିଫ୍ଟ ମିଲ୍କ ଅଭିଯାନ ୨୦୦ ମିଲିଲିଟର ସ୍ୱାଦଯୁକ୍ତ କ୍ଷୀର ଭିଟାମିନ୍ ଏ ଏବଂ ଡି ପ୍ରଦାନ କରି ସ୍କୁଲ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବ ।
ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ, ୪ଦିନ ଯାଏ ପାଗରେ ହେବନି ପରିବର୍ତ୍ତନ