ପ୍ରବାସୀ ଭାରତୀୟ ଦିବସ (ପିବିଡି) ୧୮ତମ ସମ୍ମିଳନୀ ସ୍ଥଳ ଜନତା ମଇଦାନରୁ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ ଘାଟନୀ ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭର୍ଚୁଆଲ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀ ଭାରତ ଫେରିବାର ବାର୍ଷିକୀ ହେଉଛି ଏହି ତାରିଖ। ଏହି ଟ୍ରେନ୍ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଅଯୋଧ୍ୟା, ପାଟନା, ଗୟା, ବାରଣାସୀ, ମହାବଳୀପୁରମ, ରାମେଶ୍ୱରମ୍, ମଦୁରାଇ, କୋଚି, ଗୋଆ, ଏକତା ନଗର (କେଭାଡିଆ), ଆଜମେର, ପୁଷ୍କର ଏବଂ ଆଗ୍ରା ସମେତ ଭାରତର ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଏକାଧିକ ଗନ୍ତବ୍ୟସ୍ଥଳକୁ ତିନି ସପ୍ତାହ ପାଇଁ ଯାତ୍ରା ଆରମ୍ଭ କରିଥାଏ ।
ଏଥିରେ ୧୫୬ ଜଣ ଯାତ୍ରୀ ରହିପାରିବେ
ଭାରତୀୟ ରେଳକ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା (ପିଟିଡିୱାଇ) ଅଧୀନରେ ଏହି ସେବା ଆରମ୍ଭ କରାଯାଇଛି। ପ୍ରବାସୀଙ୍କୁ ସେମାନଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଳ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ୪୫ରୁ ୬୫ ବର୍ଷ ବୟସ୍କ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ)ଙ୍କ ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।
ବୁଧବାର ଯୁବ ପ୍ରବାସୀ ଭାରତୀୟ ଦିବସ ସହିତ ଆରମ୍ଭ ହୋଇଥିବା ପିବିଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ରାଜ୍ୟ ରାଜଧାନୀରେ ପହଞ୍ଚିଥିଲେ। ଏହା ପରେ ସେ ୪ଟି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟ ଓ ବିଭାଗର ପ୍ରଦର୍ଶନୀ ଓ ପ୍ରଚାର ଷ୍ଟଲ ପରିଦର୍ଶନ କରିବେ।
ପାଣ୍ଠି ଅଭାବରୁ ଓଡ଼ିଶାରେ ୪୨ଟି ସିଆରଆଇଏଫ୍ ରାସ୍ତା କାମ ବନ୍ଦ, କେନ୍ଦ୍ରଠାରୁ ମାଗିଲେ ୫୦୦ କୋଟି ଟଙ୍କା