Tamil Nadu: ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଆର.ଏନ୍ ରବି ପାରମ୍ପାରିକ ସୂଚନା ନ ଦେଇ ରାଜ ଭବନରୁ ବାହାରକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ।
ଏହାସହ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରବି ତାଙ୍କ ଅଭିଭାଷଣ ପ୍ରଦାନ କରିନଥିଲେ।
ରାଜ ଭବନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ରାଜ୍ୟପାଳ ବିଧାନସଭାରେ ପହଞ୍ଚିବା ପରେ ଜାତୀୟ ସଂଗୀତ ‘ତାମିଲ ତାଇ ଭାଜଥୁ’ (Tamil Tai Vazhthu) ଗାନ କରାଯାଇଥିଲା, ଯାହା ପାରମ୍ପାରିକ ଭାବରେ ଏହିପରି ଉତ୍ସବରେ ବଜାଯାଇଥାଏ ।
ରାଜ ଭବନ ବିବୃତ୍ତିରେ କୁହାଯାଇଛି ଯେ, ରାଜ୍ୟପାଳ ରବି ସମ୍ବିଧାନ ତଥା ଜାତୀୟ ସଂଗୀତକୁ “ଅସମ୍ମାନ” ହେବାରୁ ଗଭୀର ଦୁଃଖରେ ବିଧାନସଭାରୁ ବାହାରି ଆସିଥିଲେ।
ରାଜଭବନ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛି, “ଆଜି ରାଜ୍ୟପାଳ ଗୃହକୁ ଆସିବା ପରେ କେବଳ ‘ତାମିଲ ତାଇ ବଜଥୁ’ ଗାନ କରାଯାଇଥିଲା। ରାଜ୍ୟପାଳ ସମ୍ମାନର ସହ ଗୃହକୁ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ମନେ ପକାଇବା ସହ ଗୃହନେତା ତଥା ମାନ୍ୟବର ବାଚସ୍ପତିଙ୍କୁ ଜାତୀୟ ସଙ୍ଗୀତ ଗାନ ପାଇଁ ନିବେଦନ କରିଥିଲେ। କିନ୍ତୁ ସେମାନେ ମନା କରିଦେଇଥିଲେ। ଏହା ଗଭୀର ଚିନ୍ତାର ବିଷୟ। ସମ୍ବିଧାନ ଓ ଜାତୀୟ ସଙ୍ଗୀତପ୍ରତି ଏଭଳି ଖୋଲାଖୋଲି ଅସମ୍ମାନର ପକ୍ଷ ନ ହୋଇ ରାଜ୍ୟପାଳ ଗଭୀର କ୍ଷୋଭ ପ୍ରକାଶ କରି ଗୃହ ଛାଡ଼ି ଚାଲିଯାଇଥିଲେ।
ଆନ୍ନା ବିଶ୍ୱବିଦ୍ୟାଳୟ ଯୌନ ନିର୍ଯାତନା ମାମଲାରେ ଏଆଇଏଡିଏମକେ ବିଧାନସଭାରେ ହଙ୍ଗାମା କରିବା ସହ ‘ୟାର୍ ଅନ୍ତ ସାର୍’ (ଯିଏ କି ସେହି ‘ସାର୍’) ଲେଖାଥିବା ବ୍ୟାଜ୍ ଓ ପ୍ଲାକାର୍ଡ ଧରିଥିଲା।
ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ମାମଲାକୁ ବିରୋଧ କରି ଅଲ୍ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମର ବିଧାୟକ ଓ ନେତାମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ଛାତ୍ରୀଙ୍କୁ ନ୍ୟାୟ ଦାବି କରିଥିଲେ। ସେପଟେ ଏହି ପ୍ରସଙ୍ଗରେ ବିଜେପି ନେତାମାନେ ୱାକ୍ ଆଉଟ୍ କରିଛନ୍ତି।