Space debris: କେନିଆରେ ମହାକାଶରୁ ଖସି ପଡ଼ିଥିବା ୫୦୦ କେଜି ରିଙ୍ଗକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣନ୍ତି କି ଏହି ରିଙ୍ଗର ମାଲିକ କିଏ ହେବ? ଆଜି ଆମେ ଆପଣଙ୍କୁ କହିବୁ କେନିଆରୁ ଖସି ପଡ଼ିଥିବା ଏହି ରିଙ୍ଗର ମାଲିକ କିଏ ହେବ।
କେନିଆର ଏକ ଗାଁ’ରେ ଗୋଲାକାର ଆକାରର ଏକ ବିରାଟ ବସ୍ତୁ ପଡ଼ିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୦ ତାରିଖରେ କେନିଆର ଦକ୍ଷିଣ ଭାଗରେ ଅବସ୍ଥିତ ମାକୁନି କାଉଣ୍ଟିର ମୁକୁକୁ ଗାଁରେ ଆକାଶରୁ ଏକ ବଡ଼ ଧାତୁଖଣ୍ଡ ଖସି ପଡ଼ିଥିଲା। ଗୋଲାକାର ଆକାରର ଏହି ଧାତୁ ଖଣ୍ଡ ରିଙ୍ଗ ଭଳି ଦେଖିବାକୁ। ମହାକାଶରୁ ଖସିଥିବା ଏହି ଆବର୍ଜନାରେ ନିଆଁ ଲାଗିଥିଲା। ଏବେ ପ୍ରଶ୍ନ ଉଠୁଛି, ମହାକାଶରୁ ଖସିଆସୁଥିବା ଏହି ୫୦୦ କେଜି ଆବର୍ଜନାର ମାଲିକ କିଏ ହେବ? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।
ଆକାଶରୁ ଆବର୍ଜନା
କେନିଆର ଦକ୍ଷିଣ ଭାଗରେ ଅବସ୍ଥିତ ମାକୁନି କାଉଣ୍ଟିର ମୁକୁକୁ ଗାଁ’ରେ ଆକାଶରୁ ଏକ ବଡ଼ ଧାତୁଖଣ୍ଡ ଖସି ପଡ଼ିଥିଲା। ପ୍ରାୟ ୮ ଫୁଟ (୨.୫ ମିଟର) ବ୍ୟାସ ବିଶିଷ୍ଟ ଏହି ଧାତୁଖଣ୍ଡର ଓଜନ ପ୍ରାୟ ୧୧୦୦ ପାଉଣ୍ଡ (୫୦୦ କିଲୋଗ୍ରାମ) ରହିଛି। ଆପଣଙ୍କୁ କହିରଖୁଛୁ ଯେ ଆକାଶରୁ ଖସିଥିବା ବିଶାଳ ଲୁହା ଖଣ୍ଡକୁ ଦେଖି ଆଖପାଖରେ ଥିବା ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ, କାରଣ ଏହା ମାଟି ଉପରେ ପଡ଼ିବା ସହିତ ଏଥିରେ ନିଆଁ ଲାଗି ଯାଇଥିଲା। ଯାହାର ଫଟୋକୁ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।
କିଏ ଏହି ଧାତୁଖଣ୍ଡର ମାଲିକ?
ଏବେ ପ୍ରଶ୍ନ ଉଠୁଛି ଆକାଶରୁ ଖସିଥିବା ଏହି ଆବର୍ଜନର ମାଲିକ କିଏ? ନିଶ୍ଚିତ ଭାବେ ଧାତୁଖଣ୍ଡ ଯେଉଁ ଭୂମିରେ ପଡ଼ିଥିବ,ସେହି ଭୂମିର ମାଲିକଙ୍କର ଏହା ଉପରେ ହକ୍ ରହିବ। କିନ୍ତୁ ଏହା ଠିକ ନୁହେଁ। ଆକାଶରୁ ଖସିଆସୁଥିବା ଏହି ଧାତୁଖଣ୍ଡ ଏବେ କେନିଆ ସରକାରଙ୍କ ସମ୍ପତ୍ତି। କେନିଆ ସରକାର ଆବଶ୍ୟକ ପଡ଼ିଲେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଯେ କୌଣସି ଦେଶକୁ ଏହି ରିଙ୍ଗ ଆକାରର ଧାତୁଖଣ୍ଡକୁ ଦେଇପାରିବେ। ତେବେ ଏହି ରିଙ୍ଗ ଏବେ କେନିଆ ସ୍ପେସ୍ ଏଜେନ୍ସି ପାଖରେ ରହିଛି। ଏହା କୌଣସି ବିମାନରୁ ଖସିଛି ନା ମହାକାଶରୁ ଖସିଛି, ତା’ଉପରେ କେନିଆ ସ୍ପେସ୍ ଏଜେନ୍ସି ଅଧ୍ୟୟନ କରୁଛି।
କେନିଆ ମହାକାଶ ଏଜେନ୍ସି ଆରମ୍ଭ କଲା ଅଧ୍ୟୟନ
କେନିଆ ସ୍ପେସ୍ ଏଜେନ୍ସି ଏହି ଭଗ୍ନାବଶେଷକୁ ସୁରକ୍ଷିତ ରଖିଛି। ହାର୍ଭାର୍ଡ-ସ୍ମିଥସୋନିଆନ୍ ସେଣ୍ଟର ଫର ଆଷ୍ଟ୍ରୋଫିଜିକ୍ସର ବିଶେଷଜ୍ଞ ତଥା ପୁନଃ ପ୍ରବେଶ ଟ୍ରାକର ଜୋନାଥନ ମ୍ୟାକଡୋୱେଲ କହିଛନ୍ତି ଯେ ପୁନଃ ପ୍ରବେଶ ସମୟରେ ଭଗ୍ନାବଶେଷରେ ଉତ୍ତାପର ସ୍ପଷ୍ଟ ପ୍ରମାଣ ଦେଖାଯାଇ ନାହିଁ, ଯାହା ବିମାନର ଅଂଶ ହୋଇଥାଇପାରେ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି କରିଛି।
ଆବର୍ଜନା ନା ବିମାନର କିଛି ଅଂଶ?
ଏବେ ପ୍ରଶ୍ନ ଉଠୁଛି, କେନିଆରେ ପଡ଼ିଥିବା ଏହି ରିଙ୍ଗ ଆକୃତିର ଏହି ଧାତୁଖଣ୍ଡ ମହାକାଶରୁ ଖସିଥିବା ଅଳିଆ କିମ୍ବା ବିମାନର କିଛି ଅଂଶ। ମହାକାଶ ଆବର୍ଜନା ବିଶେଷଜ୍ଞ ଡାରେନ୍ ମ୍ୟାକମାଇଟ୍ କହିଛନ୍ତି ଯେ ବେଳେ ବେଳେ ମହାକାଶର ଆବର୍ଜନା ଏକ ସେକ୍ରିଫିସିଆଲ ମାସ୍ ଦ୍ୱାରା ଆଚ୍ଛାଦିତ ହୋଇଥାଏ, ଯାହା ଜଳିଯାଏ। ଏହାପରେ ହାର୍ଡୱେର ପୃଥିବୀର ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରିଥାଏ। ଇନସାଇଡ୍ ଆଉଟର ସ୍ପେସର ପ୍ରାରମ୍ଭିକ ଅନୁସନ୍ଧାନରେ ଏରୋସ୍ପେସ୍ କର୍ପୋରେସନର ସେଣ୍ଟର ଫର୍ ଅର୍ବିଟାଲ୍ ଆଣ୍ଡ୍ ରି-ଏଣ୍ଟ୍ରି ଡିବ୍ରି ଷ୍ଟଡିଜ୍ ରି-ଏଣ୍ଟ୍ରି ଡାଟାବେସରୁ ଆକଳନ କରିଛି ଯେ ଏହି ଭଗ୍ନାବଶେଷ ୨୦୦୪ରେ ଉତକ୍ଷେପଣ ହୋଇଥିବା ଆଟଲାସ୍ ସେଣ୍ଟୁର ରକେଟ୍ ସହ ସମ୍ପୃକ୍ତ ହୋଇପାରେ।
ଟ୍ରମ୍ପଙ୍କ ପ୍ରୋଜେକ୍ଟ-୨୫ କ’ଣ ? କିଏ ହେବାକୁ ଯାଉଛି ଆମେରିକାର ସବୁଠାରୁ ବଡ଼ ଶତ୍ରୁ ?
