ଭାରତ ଆୟୋଜନ କରିବ ମହିଳା ଦିନିକିଆ ବିଶ୍ୱକପ
ଟିମ ଇଣ୍ଡିଆ ଖେଳିବ ୧୦ଟେଷ୍ଟ, ୧୨ଦିନିକିଆ, ୧୮ ଟି-ଟ୍ୱେଣ୍ଟି
୨୦୨୪ରେ କ୍ରୀଡ଼ା କ୍ୟାଲେଣ୍ଡର ବେଶ୍ ମଜାଦାର ତଥା ରୋମାଞ୍ଚକର ରହିଥିଲା । ପ୍ୟାରିସ୍ ଅଲିମ୍ପିକ୍ସ, ୟୁରୋ, ଟି-ଟ୍ୱେଣ୍ଟି ବିଶ୍ୱକପ ଭଳି ବହୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୨୦୨୫ ମଧ୍ୟ ପଛରେ ନାହିଁ । ଆସନ୍ତା ବର୍ଷ ମଧ୍ୟ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି, ମହିଳା ଦିନିକିଆ ବିଶ୍ୱକପ, ଆସେସ, ବିଶ୍ୱ ଆଥଲେଟିକ ଚାମ୍ପିଅନସିପ ଭଳି ମେଗା ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଖେଳାଯିବ ।
ଭାରତୀୟଙ୍କ ପାଇଁ ଆସନ୍ତା ବର୍ଷ ବେଶ ମନୋରଞ୍ଜନ ଯୋଗାଇବ । ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ବର୍ଷ ୧୮ଟି ଟି-ଟ୍ୱେଣ୍ଟି, ୧୦ଟି ଟେଷ୍ଟ ଓ ୧୨ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସବୁ ମ୍ୟାଚ୍ କେବଳ ଦ୍ୱିପାକ୍ଷିକ ସିରିଜ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପକୁ ଭାରତୀୟ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ରହିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରୁ ଭାରତୀୟ ଦଳ ୨୦୨୫ ବର୍ଷର ଅଭିଯାନ ଆରମ୍ଭ କରିଛି। ଏହାପରେ ଦଳ ଇଂଲଣ୍ଡ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡର ଏହି ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହାପରେ ଭାରତ ସିଧା ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଯାତ୍ରା କରିବ । ଜୁନରୁ ଅଗଷ୍ଟ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ରହିଛି । ଏହି ଗସ୍ତରେ ଭାରତ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜ ଜରିଆରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣ ଅଭିଯାନ ଆରମ୍ଭ ହେବ ।
ଅଗଷ୍ଟରେ ଭାରତୀୟ ଦଳ ବାଂଲାଦେଶ ଯାତ୍ରା କରି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୱେଷ୍ଟ ଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ ଖେଳିବ । ଅକ୍ଟୋବରରେ ଏହି ସିରିଜ ଖେଳାଯିବ । ଅକ୍ଟୋବର/ନଭେମ୍ବରରେ ଏସିଆ କପ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ରହିଛି ।
ନଭେମ୍ବରରେ ଭରାତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରି ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବ । ଏହାପରେ ନଭେମ୍ବର/ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି ।
ଜାନୁଆରୀ
ଡିମେମ୍ବର ୨୮ରୁ ଫେବ୍ରୁଆରୀ ୧: ହକି ଇଣ୍ଡିଆ ଲିଗ୍(ପୁରୁଷ)
ଜାନୁଆରୀ ୧୨ରୁ ୨୬: ମହିଳା ହକି ଇଣ୍ଡିଆ ଲିଗ୍
ଜାନୁଆରୀ ୧୨ରୁ ୨୬: ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ୍
ଜାନୁଆରୀ ୧୩ରୁ ୧୯: ଖୋଖୋ ବିଶ୍ୱକପ
ଜାନୁଆରୀ ୧୪ରୁ ୧୯: ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ
ଜାନୁଆରୀ ୧୮ରୁ ଫେବ୍ରୁଆରୀ ୨: ୧୯ବର୍ଷରୁ କମ୍ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ
ଜାନୁଆରୀ ୧୯: ମୁମ୍ବାଇ ମାରାଥନ
ଜାନୁଆରୀ ୨୨ରୁ ଫେବ୍ରୁଆରୀ ୧୨: ଇଂଲଣ୍ଡ କ୍ରିକେଟ ଦଳର ଭାରତ ଗସ୍ତ
ଜାନୁଆରୀ ୧୨୮ରୁ ଫେବ୍ରୁଆରୀ ୧୪: ଜାତୀୟ କ୍ରୀଡ଼ା
ଫେବ୍ରୁଆରୀ
ଫେବ୍ରୁଆରୀ ୭ରୁ ୧୨: ଏସୀୟ ଶୀତ କାଳୀନ କ୍ରୀଡ଼ା ପ୍ରତିଯୋଗିତା
ଫେବ୍ରୁଆରୀ ୧୫ରୁ ଜୁନ ୨୨: ଏଫଆଇଏଚ ହକି ପ୍ରୋ ଲିଗ୍(ପୁରୁଷ)
ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯: ଆଇସିସି ଚାମ୍ପିଅନ୍ସ ଟ୍ରଫି
ମାର୍ଚ୍ଚ
ମାର୍ଚ୍ଚ ୧ରୁ ୧୨: ୧୫ତମ ସିନିୟର ମହିଳା ହକି ଚାମ୍ପିଅନସିପ
ମାର୍ଚ୍ଚ ୧୦ରୁ ମେ ୧୧: ୱାର୍ଲ୍ଡ ଆଥଲେଟିକ୍ସ ରିଲେ(ଚୀନ୍ ଆୟୋଜକ)
ମାର୍ଚ୍ଚ ୧୧ରୁ ୧୬: ଅଲ୍ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ
ମାର୍ଚ୍ଚ ୧୪ରୁ ମେ ୨୫: ଆଇପିଏଲ୍
ମାର୍ଚ୍ଚ ୧୪ରୁ ୧୬: ଫର୍ମୁଲା ୱାନ୍(ଅଷ୍ଟ୍ରେଲିଆନ ଗ୍ରାଁପ୍ରି)
ମାର୍ଚ୍ଚ ୧୬: ଇଂଲିଶ ଲିଗ୍ କପ ଫାଇନାଲ୍(ଫୁଟବଲ୍)
ମାର୍ଚ୍ଚ ୨୧ରୁ ୨୩: ଫର୍ମୁଲା ୱାନ୍(ଚାଇନିଜ ଗ୍ରାଁପ୍ରି)
ଏପ୍ରିଲ୍
ଏପ୍ରିଲ୍ ୪ରୁ ୬: ଫର୍ମୁଲା ୱାନ୍(ଜାପାନିଜ ଗ୍ରାଁପ୍ରି)
ଏପ୍ରିଲ୍ ୪ରୁ ୧୫: ୧୫ତମ ହକି ଇଣ୍ଡିଆ ସିନିୟର ଚାମ୍ପିଅନସିପ(ପୁରୁଷ)
ଏପ୍ରିଲ୍ ୭ରୁ ୧୩: ମାଷ୍ଟର୍ସ ଗଲ୍ଫ
ଏପ୍ରିଲ୍ ୧୧ରୁ ୧୩: ବାହାରିନ ଗ୍ରାଁପ୍ରି(ଫର୍ମୁଲା ୱାନ)
ଏପ୍ରିଲ୍ ୧୮ରୁ ୨୦: ସାଉଦି ଆରବିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ)
ଏପ୍ରିଲ୍ ୧୯ରୁ ମେ ୯: ବିଶ୍ୱ ସ୍ନୁକର ଚାମ୍ପିଅନସିପ
ଏପ୍ରିଲ୍ ୨୭: ଲଣ୍ଡନ ମାରାଥନ(ଆଥଲେଟିକ୍ସ)
ମେ
ମେ ୨ରୁ ୪: ମାୟାମୀ ଗ୍ରାଁପ୍ରି(ଫର୍ମୁଲା ୱାନ)
ମେ ୧୫ରୁ ୧୮: ପିଜିଏ ଚାମ୍ପିଅନସିପ ଗଲ୍ଫ
ମେ ୧୬ରୁ ୧୮: ଇମୋଲା ଗ୍ରାଁପ୍ରି(ଫର୍ମୁଲା ୱାନ୍)
ମେ ୧୭ରୁ ୨୫: ବିଶ୍ୱ ଟିଟି ଚାମ୍ପିଅନସିପ
ମେ ୨୧: ୟୁରୋପା ଲିଗ୍ ଫାଇନାଲ୍(ଫୁଟବଲ୍)
ମେ ୨୩ରୁ ୨୫: ମୋନାକୋ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ମେ ୨୪: ଜର୍ମାନ କପ ଫାଇନାଲ୍, ଫ୍ରେଞ୍ଚ କପ ଫାଇନାଲ୍, ମହିଳା ଚାମ୍ପିଅନ୍ସ ଲିଗ୍ ଫାଇନାଲ(ଫୁଟବଲ୍)
ମେ ୨୫ରୁ ଜୁନ ୭: ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍
ମେ ୨୭ରୁ ୩୧: ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ
ମେ ୨୮: ୟୁରୋପା କନଫରେନ୍ସ ଲିଗ୍ ଫାଇନାଲ୍(ଫୁଟବଲ୍)
୩୦ମେରୁ ୧ଜୁନ: ସ୍ପାନିଶ ଗ୍ରାଁପ୍ରି(ଫର୍ମୁଲା ୱାନ)
୩୧ମେ: ଚାମ୍ପିଅନ୍ସ ଲିଗ୍ ଫାଇନାଲ୍(ଫୁଟବଲ୍)
ଜୁନ୍
ଜୁନ୍ ୪ରୁ ୮: ୟୁଇଏଫ୍ଏ ନେସନ୍ସ ଲିଗ୍(ଫୁଟବଲ୍)
ଜୁନ ୫ରୁ ୨୨: ଏନବିଏ ଫାଇନାଲ୍ସ(ବାସ୍କେଟବଲ୍)
ଜୁନ ୧୧ରୁ ୧୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍(ଲର୍ଡ୍ସ)
ଜୁନ ୧୨ରୁ ୧୫: ୟୁଏସ ଓପନ ଗଲ୍ଫ
ଜୁନ ୧୩ରୁ ୧୫: କାନାଡ଼ା ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଜୁନ ୧୪ରୁ ଜୁଲାଇ ୧୩: ଫିଫା କ୍ଲବ୍ ବିଶ୍ୱକପ
ଜୁନ୍ ୧୪ରୁ ଜୁଲାଇ ୬: କନକାଫ ଗୋଲ୍ଡ କପ(ଫୁଟବଲ୍)
ଜୁନ ୨୦ରୁ ଅଗଷ୍ଟ ୪: ଇଂଲଣ୍ଡ-ଭାରତ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ
ଜୁନ୍ ୨୭ରୁ ୨୯: ଅଷ୍ଟ୍ରିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଜୁନ୍ ୩୦ରୁ ଜୁଲାଇ ୧୩: ୱିମ୍ବଲଡନ
ଜୁଲାଇ
ଜୁଲାଇ ୨ରୁ ୨୭: ୟୁଇଏଫ୍ଏ ମହିଳା ୟୁରୋ(ଫୁଟବଲ୍)
ଜୁଲାଇ ୪ରୁ ୬: ବ୍ରିଟିଶ ଗ୍ରାଁପ୍ରି (ଫର୍ମୁଲା ୱାନ୍)
ଜୁଲାଇ ୫ରୁ ୨୬: ମହିଳା ଆଫ୍ରିକା କପ ଫୁଟବଲ୍
ଜୁଲାଇ ୫ରୁ ୨୯: ଫିଡେ ମହିଳା ବିଶ୍ୱକପ (ଚେସ)
ଜୁଲାଇ ୧୧ରୁ ଅଗଷ୍ଟ ୩: ବିଶ୍ୱ ଆକ୍ୱାଟିକ୍ସ
ଜୁଲାଇ ୧୨ରୁ ଅଗଷ୍ଟ ୨: କୋପା ଆମେରିକା କପ(ଫୁଟବଲ)
ଜୁଲାଇ ୨୫ରୁ ୨୭: ବେଲଜିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ)
ଅଗଷ୍ଟ
ଅଗଷ୍ଟ ୧ରୁ୩: ହଙ୍ଗେରିଆନ ଗ୍ରାଁପ୍ରି (ଫର୍ମୁଲା ୱାନ)
ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫: ଆଇସିସି ମହିଳା ଦିନିକିଆ ବିଶ୍ୱକପ(ଭାରତ)
ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୭:ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍
ଅଗଷ୍ଟ ୨୫ରୁ ୩୧: ବିଶ୍ୱ ଚାମ୍ପିଅନସିପ ବ୍ୟାଡମିଣ୍ଟନ
ଅଗଷ୍ଟ ୨୭ ଓ ୨୮: ଡାଏମଣ୍ଡ ଲିଗ୍ ଫାଇନାଲ୍
ଅଗଷ୍ଟ ୨୯ରୁ ୩୧: ଡଚ୍ ଗ୍ରାଁପ୍ରି (ଫର୍ମୁଲା ୱାନ୍)
ସେପ୍ଟେମ୍ବର
ସେପ୍ଟେମ୍ବର ୫ରୁ ୧୨: ବିଶ୍ୱ ଆର୍ଚେରୀ ଚାମ୍ପିଅନସିପ
ସେପ୍ଟେମ୍ବର ୫ରୁ ୭: ଇଟାଲିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ସେପ୍ଟେମ୍ବର ୧୩ରୁ ୨୧: ବିଶ୍ୱ ଆଥଲେଟିକ ଚାମ୍ପିଅନସିପ
ସେପ୍ଟେମ୍ବର ୧୩ରୁ ୨୧: ବିଶ୍ୱ ରେସଲିଂ ଚାମ୍ପିଅନସିପ
ସେପ୍ଟେମ୍ବର ୧୯ରୁ ୨୧: ଆଜରବାଇଜନ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ସେପ୍ଟେମ୍ବର ୨୫ରୁ ୨୮: ରାଇଡର କପ ଗଲ୍ଫ
ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୯: ୨୦ବର୍ଷରୁ କପ ଫିଫା ବିଶ୍ୱକପ
ଅକ୍ଟୋବର
ଅକ୍ଟୋବର ୧ରୁ ୧୦: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ
ଅକ୍ଟୋବର ୩ରୁ ୫: ସିଙ୍ଗାପୁର ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଅକ୍ଟୋବର ୧୭ରୁ ୧୯: ୟୁଏସ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଅକ୍ଟୋବର ୧୯ରୁ ୨୫: ବିଶ୍ୱ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ
ଅକ୍ଟୋବର ୨୪ରୁ ୨୬: ମେକ୍ସିକୋ ଗ୍ରାଁପ୍ରି
ନଭେମ୍ବର
ନଭେମ୍ବର୬ରୁ ୧୬: ବିଶ୍ୱ ରାଇଫଲ/ପିଷ୍ଟଲ ଚାମ୍ପିଅନସିପ
ନଭେମ୍ବର ୭ରୁ ୯: ବ୍ରାଜିଲିଆନ ଗ୍ରାଁପ୍ରି
ନଭେମ୍ବର ୨୦ରୁ ୨୨: ଲାସ ଭେଗାସ ଗ୍ରାଁପ୍ରି
ନଭେମ୍ବର ୨୫ରୁ ୩୦: ସୟଦ ମୋଦି ବ୍ୟାଡମିଣ୍ଟନ
ନଭେମ୍ବର ୨୮ରୁ ୩୦: କତାର ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଡିସେମ୍ବର
ଡିସେମ୍ବର ୫ରୁ ୭: ଆବୁଧାବି ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଡିସେମ୍ବର ୧୦ରୁ ୧୪: ବିଡବ୍ଲ୍ୟୁଏଫ୍ ବିଶ୍ୱ ଟୁର ଫାଇନାଲ୍ସ
ଚଳିତ ବର୍ଷ ଭାରତ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ଏବଂ ବିଶ୍ୱ ପାରା ଆଥଲେଟିକ ଚାମ୍ପିଅନସିପ୍ ଭଳି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିବ। ୨୦୨୫ ମସିହାରେ ଭାରତୀୟ କ୍ରୀଡ଼ା ପାଇଁ ଆକ୍ସନ ପ୍ୟାକ କ୍ୟାେଲଣ୍ଡର ରଖାଯାଇଛି। ଜାତୀୟ କ୍ରୀଡ଼ା ଓ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ସହିତ ହକି, ସ୍କ୍ୱାସ୍, ବକ୍ସିଂ, ବ୍ୟାଡମିଣ୍ଟନ, ସୁଟିଂ ଓ କ୍ରିକେଟ ଭଳି ଚଳିତ ବର୍ଷ ଦେଶରେ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀରେ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ, ମୁମ୍ବାଇ ମାରାଥନ୍, ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଏବଂ ଜାତୀୟ କ୍ରୀଡ଼ା ଜାନୁଆରୀରୁ ଆରମ୍ଭ ହେବ।
previous article:https://purvapaksa.com/odisha-gymnast-created-history-in-national-womens-gymnastic-championship/
https://purvapaksa.com/odisha-gymnast-created-history-in-national-womens-gymnastic-championship/