- ଅପେକ୍ଷା କରିଛି ଦକ୍ଷିଣ ଆଫ୍ରିକା
WTC final scenarios: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସାଇକେଲରେ ଆଉ ମାତ୍ର ୪ଟି ଟେଷ୍ଟ ବାକି ରହିଛି। ଏପର୍ଯ୍ୟନ୍ତ ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇପାରିନାହିଁ। ଏକମାତ୍ର ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିସାରିଛି। ବାକି ସ୍ଥାନ ପାଇଁ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦାବିଦାର ରହିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯିବ। ଏହାପରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ଗସ୍ତରେ ଆସି ୨ଟି ଟେଷ୍ଟ ଖେଳିବ। ଭାରତ ସିଡନୀ ଟେଷ୍ଟ ଜିତିଲେ ଫାଇନାଲ୍ ପାଇଁ ଆଶା ଉଜ୍ଜୀବିତ ରଖିପାରିବ। ହାରିଲେ ଅଭିଯାନ ଶେଷ ହୋଇଯିବ। ସିଡନୀ ଟେଷ୍ଟ ଡ୍ର’ ରହିଲେ ଶ୍ରୀଲଙ୍କାର ଫାଇନାଲ ଆଶା ବଢିଯିବ। ୩ଟି ଯାକ ଟେଷ୍ଟ ମଧ୍ୟରୁ ଅଷ୍ଟ୍ରେଲିଆ ଯେକୌଣସି ଗୋଟିଏ ଟେଷ୍ଟ ଜିତିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିପାରିବ।
ଦକ୍ଷିଣ ଆଫ୍ରିକା: ୬୬.୬୭% ପଏଣ୍ଟ
ଦକ୍ଷିଣ ଆଫ୍ରିକା ସମ୍ପ୍ରତି ୬୬.୬୭% ପଏଣ୍ଟ ହାସଲ କରି ଫାଇନାଲରେ ପ୍ରବେଶ କରିସାରିଛି। ଆଗକୁ ଦଳ ପାକିସ୍ତାନ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବ। ଏହି ଟେଷ୍ଟ ଜିତିଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ୬୯.୪୪%ରେ ପହଞ୍ଚି ପାରିବ। ଫାଇନାଲରେ ଦକ୍ଷିଣ ଆଫ୍ରିକା ଦଳ ପହଞ୍ଚି ସାରିଥବାରୁ ଦ୍ୱିତୀୟ ଟେଷ୍ଟର ଫଳାଫଳ କୌଣସି ଫରକ ପକାଇବ ନାହିଁ।
ଅଷ୍ଟ୍ରେଲିଆ: ୬୧.୪୬% ପଏଣ୍ଟ
ମେଲବର୍ଣ୍ଣରେ ଭାରତକୁ ୧୮୪ ରନ୍ରେ ହରାଇବା ପରେ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇତିଲା। ଭାରତ ତୃତୀୟକୁ ଖସିଥିଲା। ବର୍ତ୍ତମାନ ଦଳ ୬୧.୪୬% ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଗକୁ ଦଳ ୩ଟି ଟେଷ୍ଟ ଖେଳିବ। ସମସ୍ତ ମ୍ୟାଚ ଜିତିଲେ ପଏଣ୍ଟ ସଂଖ୍ୟା ୬୭.୫୪%ରେ ପହଞ୍ଚିବ। ହେଲେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବାକୁ ହେଲେ ଆଉ ମାତ୍ର ଗୋଟିଏ ଟେଷ୍ଟ ଜିତିବାକୁ ପଡ଼ିବ।
ଭାରତ: ୫୨.୭୮% ପଏଣ୍ଟ
ବର୍ଡର-ଗାଭାସ୍କର ଟ୍ରଫିର ୨ଟି ଟେଷ୍ଟ ପରାଜିତ ହେବା ପରେ ଭାରତର ପଏଣ୍ଟ ୫୨.୭୮%କୁ ହ୍ରାସ ପାଇଛି। ଆଗକୁ ଦଳ ଆଉ ମାତ୍ର ଗୋଟିଏ ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଏହି ଟେଷ୍ଟ ଜିତିବା ଜରୁରି। ଏହା ବ୍ୟତୀତ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା (୨ମ୍ୟାଚ୍) ଟେଷ୍ଟ ସିରିଜ ଉପରେ ନିର୍ଭର କରିବାକୁ ପଡ଼ିବ। ଉକ୍ତ ସିରଜରେ ଶ୍ରୀଲଙ୍କା ୨-୦ କିମ୍ବା ୧-୦ରେ ବିଜୟୀ ହେଲେ ଭାରତ ଫାଇନାଲରେ ପ୍ରବେଶ କରିପାରିବ। ସିଡନୀରେ ହେବାକୁ ଥିବା ଅନ୍ତିମ ଟେଷ୍ଟ ଜିତିଲେ ଭାରତର ପଏଣ୍ଟ ୫୫.୨୬%ରେ ପହଞ୍ଚି ପାରିବ।
ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜର ଉଭୟ ଟେଷ୍ଟ ଡ୍ର’ ରହିଲେ ଭାରତ ଓ ଅଷ୍ଟ୍ରେଲିଆର ପଏଣ୍ଟ ସମାନ ହୋଇଯିବ। ଏହି ପରିପ୍ରେକ୍ଷୀରେ ଭାରତ ଫାଇନାଲ୍କୁ ଉନ୍ନୀତ ହୋଇପାରିବ। କାରଣ ଅଷ୍ଟ୍ରେଲିଆ ତୁଳନାରେ ଭାରତ ଅଧିକ ଟେଷ୍ଟ ସିରିଜ ଜିତିଛି। ଶ୍ରୀଲଙ୍କା ୧-୦ରେ ଉକ୍ତ ସିରିଜ ଜିତିଲେ ଅଷ୍ଟ୍ରେଲିଆର ପଏଣ୍ଟ ୫୩.୫୧%କୁ ଖସିଯିବ। ଫଳରେ ଭାରତ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିବ। ବିଜୟ ସତ୍ତ୍ୱେ ଶ୍ରୀଲଙ୍କାର ପଏଣ୍ଟ ୪୮.୭୨%ରେ ପହଞ୍ଚି ପାରିବ।
ସିଡନୀ ଟେଷ୍ଟ ଡ୍ର’ ରହିଲେ ଭାରତର ପଏଣ୍ଟ ୫୧.୭୫%କୁ ଖସିଯିବ ଓ ଭାରତ ଫାଇନାଲ୍ ଦୌଡରୁ ବାଦ ପଡ଼ିଯିବ। ଅନ୍ୟ ପଟରେ ଶ୍ରୀଲଙ୍କାର ଫାଇନାଲ ଆଶା ବଢିଯିବ। ଶ୍ରୀଲଙ୍କା ଉଭୟ ଘରୋଇ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିପାରିବ। ସିଡନୀ ଟେଷ୍ଟ ଡ୍ର’ ପରେ ୨ଟି ଯାକ ଘରୋଇ ଟେଷ୍ଟ ଜିତିପାରିଲେ ଶ୍ରୀଲଙ୍କାର ପଏଣ୍ଟ ସଂଖ୍ୟା ୫୩.୫%କୁ ବୃଦ୍ଧି ପାଇବ। ଅଷ୍ଟ୍ରେଲିଆର ପଏଣ୍ଟ ୫୩.୫୧%କୁ ଖସିଯିବ। ଫଳରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ଫାଇନାଲରେ ପ୍ରବେଶ କରିପାରିବ।
previous article:https://purvapaksa.com/all-the-shortlists-across-multiple-categories-for-the-annual-icc-awards-2024/
ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଟ ଟେଷ୍ଟ ଖେଳାଳି ପୁରସ୍କାର ତାଲିକାରେ ବୁମରା