Black Moon: ଆଜି ରାତିରେ ଘଟିବାକୁ ଯାଉଛି ଅଦ୍ଭୁତ ଘଟଣା ।
ଆକାଶରେ ଦେଖିବାକୁ ମିଳିବ ଏକ ବିରଳ ଜହ୍ନ । ଆକାଶରେ ଆପଣ ଜହ୍ନର ଅନେକ ରଙ୍ଗ ଦେଖିଥିବେ । କେତେବେଳେ ଉଜ୍ଜ୍ବଳମୟ ଧଳା ତ କେତେବେଳେ ନାଲି ଓ ଗୋଲାପି । କିନ୍ତୁ ଚଳିତ ବର୍ଷର ଶେଷରେ ଡିସେମ୍ବର ୩୦ ତାରିଖ ଅର୍ଥାତ ଆଜି ଆକାଶରେ କିଛି ବିରଳ ଘଟଣା ଘଟିବ । ଆକାଶରେ ଦେଖାଯିବ କଳା ଜହ୍ନ।
ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି ।
ବ୍ଲାକ୍ ମୁନ୍ କଣ ?
କଳା ଚନ୍ଦ୍ର କହିଲେ ଏହା ବ୍ଲୁ ମୁନ୍ ବା ନୀଳ ଜହ୍ନ ପରି ହୋଇଥାଏ । ଯେତେବେଳେ ନୀଳ ଜହ୍ନର ସମ୍ପର୍କ ପୂର୍ଣ୍ଣିମା ସହିତ ହୋଇଥାଏ, ସେତେବେଳେ କଳା ଜହ୍ନର ସମ୍ବନ୍ଧ ନୂଆ ଜହ୍ନ ବା ଅମାବାସ୍ୟାର ପର ରାତି ସହିତ ହୋଇଥାଏ । ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଏହି ରାତି ହେଉଛି ଶୁକ୍ଲ ପକ୍ଷ ପ୍ରତୀପଦା ରାତ୍ରି ଯାହାକି ନୂଆ ଚନ୍ଦ୍ର ନାମରେ ମଧ୍ୟ ଜଣାଶୁଣା ।
କ୍ୟାଲେଣ୍ଡର ଅନୁଯାୟୀ ଯଦି ଗୋଟିଏ ଋତୁରେ ୪ଟି ନୂତନ ଚନ୍ଦ୍ର ଥାଏ ତେବେ ତୃତୀୟ ଅମାବାସ୍ୟାକୁ ବ୍ଲାକ୍ ମୁନ୍ କୁହାଯାଏ । ଏହାର ଅର୍ଥ ହେଉଛି ଗୋଟିଏ ମାସରେ ଦ୍ବିତୀୟ ଅମାବାସ୍ୟା ପଡ଼ିଥାଏ । ବାସ୍ତବରେ କଳା ଜହ୍ନ ଖୁବ୍ କମ ଦେଖାଯାଏ । ଏହା ପ୍ରାୟ ପ୍ରତି ୨୯ମାସରେ ଥରେ ଆସେ ।
କେତେବେଳେ ଦିଶିବ ବ୍ଲାକ୍ ମୁନ୍ ?
ଡିସେମ୍ବର ମାସର ଏହି ଦ୍ବିତୀୟ ଅମାବାସ୍ୟା ଆମେରିକାବାସୀଙ୍କ ଲାଗି ଡିସେମ୍ବର ୩୦ ଆଜି ଦୃଶ୍ୟମାନ ହେବ । କିନ୍ତୁ ୩୧ ଡିସେମ୍ବରରେ ୟୁରୋପ, ଆଫ୍ରିକା ଏବଂ ଏସିଆରେ ଦୃଶ୍ୟମାନ ହେବ । ଫଳରେ ଭାରତୀୟମାନେ ଡିସେମ୍ବର ୩୧ ତାରିଖ ଭୋର ୩:୫୭ରେ କଳା ଜହ୍ନ ଦେଖିପାରିବେ । ସୂଚନାଯୋଗ୍ୟ ଯେ, ୨୦୨୫ରେ ବ୍ଲାକ୍ ମୁନ୍ ୨୩ଅଗଷ୍ଟ ଓ ୩୧ ଅଗଷ୍ଟରେ ଦୃଶ୍ୟମାନ ହେବ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ।
ALSO READ: https://purvapaksa.com/knight-rs-cheap-zero-energy-cooling-unit-vince-tomato-grand-challenge/
ଏନଆଇଟି ରାଉରକେଲାର ଶସ୍ତା ଜିରୋ ଏନର୍ଜି କୁଲିଂ ୟୁନିଟ୍ ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ଜିତିଲା