six in first over of a test: ଘରୋଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଓଭରରେ ଇଂଲଣ୍ଡ ଓପନର ଜାକ୍ କ୍ରାଉଲି ଛକା ମାରିଥିଲେ। କୌଣସି ମ୍ୟାଚ୍ର ପ୍ରଥମ ଓଭରରେ ଛକା ମାରିଥିବା ବ୍ୟାଟରଙ୍କ ତାଲିକାେର କ୍ରାଉଲି ସ୍ଥାନ ପାଇଥିଲେ। ତେବେ ଆପଣ ଜାଣନ୍ତି, କ୍ରାଓଲିଙ୍କ ଭଳି କେତେ ଜଣ ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟର ପ୍ରଥମ ଓଭରରେ ଏଭଳି ଛକା ମାରିଛନ୍ତି?
ଗତ ୬ରୁ ୧୦ ତାରିଖ ମଧ୍ୟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ବେସିନ୍ ରିଜର୍ଭରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଷଷ୍ଠ ବଲ୍ ରେ ଇଂଲଣ୍ଡ ଓପନର ଜାକ୍ କ୍ରାଉଲି ଭେଟେରାନ ପେସ ବୋଲର ଟିମ୍ ସାଉଦିଙ୍କୁ ଛକା ମାରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଟେଷ୍ଟ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ମାତ୍ର ୨ଥର ପ୍ରଥମ ଓଭରରେ ଛକା ମରାଯାଇଛି। ନଭେମ୍ବର ୨୦୧୨ରେ ମୀରପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଟେଷ୍ଟର ପ୍ରଥମ ଓଭରରେ ୱେଷ୍ଟଇଣ୍ଡିଜ୍ ଓପନର କ୍ରିସ୍ ଗେଲ୍ ୨ଟି ଛକା ମାରିଥିଲେ। ସେ ପ୍ରଥମ ଓଭରର ପ୍ରଥମ ଓ ଚତୁର୍ଥ ବଲ୍ରେ ୨ଟି ବିଶାଳ ଛକା ମାରିଥିଲେ। ବାଂଲାଦେଶ ପକ୍ଷରୁ ଅଫ ସ୍ପିନର ସୋହାଗ କାଜି ଉକ୍ତ ମ୍ୟାଚରେ ପଦାର୍ପଣ କରିଥିଲେ ଓ ତାଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ମିଳିଥିଲା। କ୍ରାଉଲି ପ୍ରଥମ ବ୍ୟାଟର ଭାବେ ପେସ ବୋଲରଙ୍କ ପ୍ରଥମ ଓଭରରେ ଛକା ମାରିଥିଲେ।
ଟେଷ୍ଟ କ୍ରିକେଟରେ ପୂର୍ବରୁ ଇନିଂସର ପ୍ରଥମ ଓଭରରେ ୨୨ଥର ଛକା ମରାଯିବାର ରେକର୍ଡ ରହିଛି। ମାତ୍ର ପ୍ରଥମ ଇନିଂସର ପ୍ରଥମ ଓଭରରେ କେବେ ଛକା ମରାଯାଇନାହିଁ। ୧୯୮୫ ସେପ୍ଟେମ୍ବରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋ ଠାରେ ଅନୁଷ୍ଠିତ ଟେଷ୍ଟରେ ଅରବିନ୍ଦ ଡି ସିଲଭା ଭାରତର ପେସ ବୋଲର କପିଳ ଦେବଙ୍କ ପ୍ରଥମ ଓଭରର ପ୍ରଥମ ବଲ୍ରେ ଛକା ମାରିଥିଲେ। ମାତ୍ର ଏହା ମ୍ୟାଚ୍ର ଚତୁର୍ଥ ଇନିଂସ ରହିଥିଲା। ସେହିପରି ୨୦୦୭ରେ ଜାହିର ଖାନଙ୍କ ଓଭରର ପ୍ରଥମ ବଲ୍ରେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ, ୨୦୧୬ରେ ଶ୍ରୀଲଙ୍କାର ଦିଲରୁୱାନ ପରେରାଙ୍କ ପ୍ରଥମ ଓରରର ପ୍ରଥମ ବଲରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଛକା ମାରିଥିଲେ। ଉଭୟ ଘଟଣା ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଘଟିଥିଲା।
previous article:https://purvapaksa.com/new-badshah-emerged-in-chess-d-gukesh-is-the-youngest-world-champion/