ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନିଙ୍କ ନାମରେ ୭ ଟଙ୍କିଆ ମୁଦ୍ରା ଜାରି କରାଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପ୍ରଶଂସକମାନେ ଏହି ପୋଷ୍ଟଦେଖି ବହୁତ ଖୁସି ହୋଇଛନ୍ତି।
ଆଇପିଏଲ୍ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ପୂର୍ବତନ ଭାରତୀୟ ଅଧିନାୟକ ଏମ୍ ଏସ୍ ଧୋନିଙ୍କୁ ନେଇ ଏକ ଗୁଜବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । କିନ୍ତୁ ଶେଷରେ ଏହା ମିଛ ସାବ୍ୟସ୍ତ ହୋଇଥିଲା।
ଧୋନିଙ୍କ ନାଁରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୭ ଟଙ୍କିଆ ମୁଦ୍ରା ଜାରି କରିଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଧୋନିଙ୍କୁ ସମ୍ମାନ ଦେବା ପାଇଁ ଆରବିଆଇ ଏହି ନିଷ୍ପତି ନେଇଛି । ୭ ନମ୍ବର ହେଉଛି ଧୋନିଙ୍କ ଟି-ସାର୍ଟ ସଂଖ୍ୟା। ତେବେ ଏହା କେବଳ ଏକ ଗୁଜବ ରେ ପରିଣତ ହୋଇଥିଲା।
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଧୋନି ନାମକ ଏକ ମୁଦ୍ରା ରହିଛି, ଯାହା କି ୭ ନମ୍ବର। ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ସମ୍ମୁଖରେ ଏହା ଆସିବା ପରେ ଘଟଣାର ତଦନ୍ତ କରି ଏହା ଏକ ଗୁଜବ ବୋଲି କହିଥିଲା। ପିଆଇବି ଏହାର ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏହି ସୂଚନା ଦେଇଛି। ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଏଭଳି କୌଣସି ଘୋଷଣା କରିନାହିଁ ବୋଲି ପିଆଇବି କହିଛି।
ଭାରତ ପାଇଁ ଖେଳିବା ବେଳେ ମଧ୍ୟ ଧୋନି ୭ ନମ୍ବର ଜର୍ସି ପିନ୍ଧିଥିଲେ। ଆଇପିଏଲରେ ମଧ୍ୟ ସେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ବେଳେ ୭ ନମ୍ବର ଜର୍ସି ପିନ୍ଧିଥାନ୍ତି।
ପ୍ରତିବର୍ଷ ଧୋନିଙ୍କୁ ନେଇ କୁହାଯାଏ ଯେ ଏହା ତାଙ୍କର ଶେଷ ଆଇପିଏଲ୍ ହେବ। ଆଇପିଏଲ୍-୨୦୨୪ ପରେ ମଧ୍ୟ ସମାନ କଥା କୁହାଯାଉଥିଲା, କିନ୍ତୁ ଆସନ୍ତା ସିଜନ ପାଇଁ ଚେନ୍ନାଇ ଜାରି କରିଥିବା ରିଟେନ୍ ଖେଳାଳିତାଲିକାରେ ଧୋନିଙ୍କ ନାମ ରହିଛି। ଅର୍ଥାତ୍ ଏଥର ଧୋନି ମଧ୍ୟ ଆଇପିଏଲରେ ଖେଳୁଥିବାର ନଜର ଆସିବେ । ଧୋନିଙ୍କ ପ୍ରଶଂସକମାନେ ଆଇପିଏଲ୍ ଅପେକ୍ଷା କରିଛନ୍ତି, ଯାହାଦ୍ୱାରା ସେମାନେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବେ। ଧୋନିଙ୍କ ଫ୍ୟାନ୍ ଫଲୋଇଂ ଚମତ୍କାର ଏବଂ ଆଇପିଏଲ୍ ସମୟରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
Also Readhttps://purvapaksa.com/ollywood-actress-elina-samantray/