Mahakumbh: ଭାରତରେ କୁମ୍ଭମେଳାର ପରମ୍ପରା ଅନେକ ପୁରୁଣା। ୧୯୫୪ ମସିହାରେ ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ)ରେ ଆୟୋଜିତ ହୋଇଥିବା
କୁମ୍ଭ ମେଳା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇଥିଲା। ଏହା ଭାରତୀୟ ଇତିହାସରେ ପ୍ରଥମ ଥର ଥିଲା ଯେଉଁଠାରେ ଦେଶର ନେତାମାନେ ଅନେକ ପରିମାଣରେ ଧାର୍ମିକ ପରମ୍ପରାରେ ଅଂଶଗ୍ରହଣ କରିଥିଲେ। ହେଲେ ୩ ଫେବୃଆରୀ ୧୯୫୪ ରେ ଏହି ମେଳାରେ ଏପରି କିଛି ଘଟିଥିଲା ଯାହା ଏହି ମେଳାକୁ ସବୁଦିନ ପାଇଁ ସ୍ମରଣୀୟ କରିଥିଲା ।
ମୌନି ଅମାବାସ୍ୟା ଦିନ ଘଟିଥିଲା ଏହି ଅଘଟଣ
ମୌନି ଅମାବାସ୍ୟା ଦିନ ନେହେରୁ ଜୀ ସଙ୍ଗମରେ ସ୍ନାନ କରିଥିଲେ, ଯାହା ଏହି ମେଳାର ମୁଖ୍ୟ ଆକର୍ଷଣ ଥିଲା। ଏହି ସମୟରେ ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା। ମୌନି ଅମାବାସ୍ୟା ସ୍ନାନ କରିବା ସମୟରେ ଏକ ହାତୀ ନିୟନ୍ତ୍ରଣ ବାହାରେ ହୋଇଯାଇଥିଲା। ଯାହାଫଳରେ ସେଠାରେ ଥିବା ଲୋକମାନେ ଦୌଡିବାକୁ ଆରମ୍ଭ କରିଥିଲେ। ଦୌଡିବା ଫଳରେ ଲୋକମାନେ ପରସ୍ପର ଦଳାଚକଟା ହୋଇଥିଲେ ।
ଯାହାଫଳରେ ଦୁର୍ଘଟଣାରେ ପ୍ରାୟ ୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଦୌଡ଼ାଦୌଡ଼ି ପରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୂଚନା ପ୍ରଦାନ କରିବା ପାଇଁ ଲାଉଡ ସ୍ପିକରର ବ୍ୟବହାର କରାଯାଇଥିଲା । ଏହା ବ୍ୟତୀତ ରାତି ସମୟରେ ମେଳାକୁ ଆଲୋକିତ କରିବା ପାଇଁ ୧୦୦୦ରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ଏହି ଘଟଣା ସମଗ୍ର ଦେଶକୁ ଚକିତ କରି ଦେଇଥିଲା । ଏହା ପରେ କୁମ୍ଭମେଳାରେ ହାତୀ ଆଣିବାକୁ ସବୁଦିନ ପାଇଁ ନିଷେଧ କରାଯାଇଥିଲା।
ସେହି ସମୟରେ ହାତୀ ଘଟଣା ତଥା ଜନତାଙ୍କ ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନେହେରୁ ଏକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। କୁମ୍ଭର ମୁଖ୍ୟ ସ୍ନାନ ପର୍ବରେ ଭିଆଇପିଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ନିୟମ କୁମ୍ଭ, ଅର୍ଦ୍ଧ କୁମ୍ଭ ଏବଂ ମହା କୁମ୍ଭରେ ପ୍ରଯୁଜ୍ୟ କରାଯାଇଥିଲା, ଯାହା ଦ୍ୱାରା ସାଧାରଣ ଭକ୍ତମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ସେହି ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ନିଜେ କୁମ୍ଭ ପାଇଁ ପ୍ରସ୍ତୁତି ଉପରେ ନଜର ରଖିଥିଲେ। ଭକ୍ତଙ୍କ ଚିକିତ୍ସା ପାଇଁ ସଙ୍ଗମ କୂଳରେ ସାତୋଟି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଇଥିଲା।
ତେବେ ଚଳିତ ବର୍ଷ କୁମ୍ଭରେ ମଧ୍ୟ ଅନେକ ଶ୍ରଦ୍ଧାଳୁଙ୍କର ଜୀବନ ଯାଇଛି । ପ୍ରୟାଗରାଜରେ କୁମ୍ଭମେଳାରେ ଅସମ୍ଭାଳ ଭିଡ଼ ଯୋଗୁ ଅନେକ ଘଟଣା ସାମ୍ନାକୁ ଆସିଛି। ମୌନି ଅମାବାସ୍ୟା ଦିନ ଅସମ୍ଭାଳ ଭିଡ଼ ଯୋଗୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ALSO READ: https://purvapaksa.com/ayodhya-rm-mandir/