Retired In The Middle Of The Series: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ଡର ଗାଭାସ୍କର ଟ୍ରଫି ମଝିରେ ଅବସର ନେଇଛନ୍ତି। ଶୃଙ୍ଖଳାର ତୃତୀୟ ଟେଷ୍ଟ ପରେ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଟେଷ୍ଟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଅବସର ନେଇଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ପରେ ଅବସର ନେଇ ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଏହି ମ୍ୟାଚରେ ସେ ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇନଥିଲେ। ଏହାପରେ ସେ ସାମ୍ବାଦିକ ସମ୍ମିଳନୀକୁ ଆସି ଅବସର ସମ୍ପର୍କରେ ସୂଚନା ଦେଇଥିଲେ। ସିରିଜ ମଝିରେ କୌଣସି ଖେଳାଳି ଅବସର ଘୋଷଣା କରିବା ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ଏପରି କରିସାରିଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ୫ଟି ନାମ କହିବୁ।
ଆଲାନ୍ ଡୋନାଲ୍ଡ- ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକାର ଆଲାନ୍ ଡୋନାଲ୍ଡଙ୍କ ବୋଲିଂକୁ ନେଇ ଆଜି ବି ଚର୍ଚ୍ଚା ହେଉଛି। ଟେଷ୍ଟରେ ତାଙ୍କର ୨୨.୨୫ ହାରାହାରିରେ ୩୩୦ ୱିକେଟ୍ ରହିଛି। ୨୦୦୨ରେ ଦକ୍ଷିଣ ଆଫ୍ରିକା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଥିଲା। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପରେ ଡୋନାଲ୍ଡ ଅବସର ଘୋଷଣା କରିଥିଲେ।
ଡେମିଆନ୍ ମାର୍ଟିନ୍ – ଅଷ୍ଟ୍ରେଲିଆ
୨୦ ଦଶକରେ ଅଷ୍ଟ୍ରେଲିଆର ମଧ୍ୟକ୍ରମର ଜୀବନ ଥିଲେ ଡେମିଏନ୍ ମାର୍ଟିନ୍। ୨୦୦୩ ବିଶ୍ୱକପ୍ ଫାଇନାଲରେ ମଧ୍ୟ ସେ ଚମତ୍କାର ବ୍ୟାଟିଂ କରିଥିଲେ। କିନ୍ତୁ ୨୦୦୬/୦୭ ଆଶେସ୍ ସିରିଜର ଦୁଇଟି ମ୍ୟାଚ୍ ଖେଳିବା ପରେ ସେ ତୃତୀୟ ମ୍ୟାଚ୍ ପୂର୍ବରୁ ଅବସର ନେଇ ସମସ୍ତଙ୍କୁ ଚକିତ କରିଥିଲେ।
ଅନୀଲ କୁମ୍ବଲେ – ଭାରତ
୨୦୦୮ରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଥିଲା। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଦିଲ୍ଲୀରେ ଖେଳାଯାଉଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ଅନୀଲ କୁମ୍ବଲେ ଅବସର ଘୋଷଣା କରିଥିଲେ। ମ୍ୟାଚ୍ର ଶେଷ ଦିନରେ ଚା’ ବିରତି ପରେ ପ୍ରଶଂସକମାନେ କୁମ୍ବଲେଙ୍କ ଅବସର ଖବର ଜାଣିବାକୁ ପାଇଥିଲେ।
ଗ୍ରେମ୍ ସ୍ୱାନ୍ – ଇଂଲଣ୍ଡ
ଇଂଲଣ୍ଡର କିମ୍ବଦନ୍ତୀ ଅଫ୍ ସ୍ପିନର ଗ୍ରେମ୍ ସ୍ୱାନ୍ ମଧ୍ୟ ସିରିଜ ମଝିରେ ଅବସର ନେଇଥିଲେ। ୨୦୧୩-୧୪ ଆଶେସ୍ ସିରିଜରେ ଇଂଲଣ୍ଡର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଲଗାତାର ୩ଟି ଟେଷ୍ଟ ମ୍ୟାଚ୍ ହାରିବା ପରେ ଇଂଲଣ୍ଡର ଏହି ଅଫ୍ ସ୍ପିନର ଅବସର ନେଇଥିଲେ।
ମହେନ୍ଦ୍ର ସିଂହ ଧୋନି – ଭାରତ
ଏହି ସିରିଜ୍ ମଝିରେ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅବସର ନେଇଥିଲେ। ବର୍ଡର ଗାଭାସ୍କର ଟ୍ରଫି ମଝିରେ ମଧ୍ୟ ସେ କ୍ରିକେଟ୍ ଛାଡ଼ିଥିଲେ। ୨୦୧୪-୧୫ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା। ବକ୍ସିଂ ଡେ ଟେଷ୍ଟ୍ ପରେ ଧୋନି ନିଜ ନିଷ୍ପତ୍ତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।
Also readhttps://purvapaksa.com/aswin-retires-from-international-cricket-who-is-next/
