Maoist Killed: ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀ ଏନକାଉଣ୍ଟରରେ ୩୦ଜଣ ମାଓବାଦୀ ନିହତ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ ସଂଗଠନର କହିଛି ।
ଆଜି ସକାଳେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜାନୁଆରି ୧୯ ତାରିଖ ରାତିରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଓଡ଼ିଶା ସୀମାଠାରୁ ପାଖାପାଖି ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଏହାପରେ ଓଡ଼ିଶା ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି), ଛତିଶଗଡ଼ ପୁଲିସର ଇ-୩୦ ଫୋର୍ସ ଓ ସିଆରପିଏଫର ମିଳିତ ଆନ୍ତଃରାଜ୍ୟ ଅପରେସନ କରାଯାଇଥିଲା।
ଏହି ଅପରେସନ ସମୟରେ ଦୁଇ ଜଣ ମହିଳା ମାଓକ୍ୟାଡରଙ୍କୁ ନିପାତ କରାଯିବା ସହ ଗୋଟିଏ ଏସଏଲଆର ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ଆଇଇଡି ଜବତ କରାଯାଇଛି ।
ଶେଷ ଖବର ମିଳିବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ମାଓ ବିପଦକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରଖିଥିଲା।
ସୂଚନାଯୋଗ୍ୟ, ଗତକାଲି ଦୁଇ ଜଣ ମାଓବାଦୀଙ୍କୁ ଠାବ କରାଯାଇ ନିହତ କରାଯାଇଥିବା ବେଳେ ଏହି ମିଳିତ ଅପରେସନରେ ମୋଟ ନକ୍ସଲଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।
ଏହାପୂର୍ବରୁ ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟରରେ ୧୨ ନୁହେଁ, ୧୮ ମାଓବାଦୀ ନିହତ ହୋଇଥିଲେ । ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ। ପ୍ରେସ୍ ରିଲିଜ୍ରେ ଦକ୍ଷିଣ ବସ୍ତର ଡିଭିଜିନାଲ୍ ସଚିବ ଏହି ସୂଚନା ଦେଇଛନ୍ତି । ଛତିଶଗଡ଼ ବିଜାପୁର ଏନ୍କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ଜଣ ମାଓବାଦୀ ନିହତ ହୋଇଥିଲେ । ଏହାସହିତ ଏନ୍କାଉଣ୍ଟରରେ ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ ସଂଗଠନର କହିଛି । ଗତ ୧୬ତାରିଖରେ ବିଜାପୁର- ସୁକୁମା ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଥିଲା ।
ସୂଚନାଯୋଗ୍ୟ, ୧୬ ତାରିଖରେ ବିଜାପୁର ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଗୁଳି ବିନିମୟରେ ୧୮ ଜଣ ମାଓବାଦୀ ନିହତ ହୋଇଥିଲେ। ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ, ବାକି ୬ ଜଣଙ୍କ ମୃତଦେହକୁ ଏନ୍କାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଏଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । କାଙ୍କେର ଲଙ୍କା ଜଙ୍ଗଲରୁ ଜବତ ହୋଇଥିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର।
ସମୁଦ୍ର ଗର୍ଭରୁ ଜାପାନକୁ ମିଳିଲା ଏତିକି ଟଙ୍କାର ସମ୍ପତ୍ତି, ଯାହାର ଶୁନ ଗଣି ଚୀନ୍ ପାଗଳ !
