- କ୍ୟାମେରାରେ କଏଦ ହୋଇଛି କାମିଲା ବେଲିୟାତ୍ସ୍କାୟାଙ୍କ ମୃତ୍ୟୁ ପୂର୍ବର ଶେଷ ମୁହୂର୍ତ୍ତ
୨୪ ବର୍ଷୀୟା ରୁଷୀୟ ଅଭିନେତ୍ରୀ କାମିଲା ବେଲିୟାତ୍ସ୍କାୟା ଥାଇଲାଣ୍ଡର କୋ ସମୁଇଠାରେ ଯୋଗ କରିବାର ଭିଡ଼ିଓ ସୁଟିଂ କରିଥିଲେ। କ୍ଷଣକ ମଧ୍ୟରେ ଏକ ବିଶାଳ ଲହଡ଼ି ସମୁଦ୍ର ଭିତରକୁ ଟାଣି ନେଇଥିଲା।
ଏକ ଦୁଃଖଦ ଘଟଣାରେ ରୁଷିଆର ଜଣେ ଆଶାୟୀ ଅଭିନେତ୍ରୀ କାମିଲା ବେଲିୟାତ୍ସ୍କାୟା ଥାଇଲାଣ୍ଡର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ କୋ ସମୁଇଠାରେ ଯୋଗ କରିବା ସମୟରେ ପ୍ରାଣ ହରାଇଛନ୍ତି। ଥାଇଲାଣ୍ଡର ଉପକୂଳରେ ଥିବା କୋ ସାମୁଇ ଦ୍ୱୀପରେ ସେ ଭାସିଯାଇଥିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି।
ସ୍ଥାନୀୟ ପ୍ରକାଶନ ‘ଖାଓସୋଦ ଇଂଲିଶ’ ଅନୁଯାୟୀ, ସେ ଏକ ନାଲି ରଙ୍ଗର କାର ଯୋଗେ ସେହି ସ୍ଥାନରେ ପହଞ୍ଚିଥିଲେ। ତା’ପରେ ସେ ତାଙ୍କ ଯୋଗ ମ୍ୟାଟ୍ଟିକୁ ନେଇ ସମୁଦ୍ର କୂଳରେ ଥିବା ଏକ ପଥର ଅଞ୍ଚଳକୁ ଯାଇ ଯୋଗ କରିଥିଲେ। ଯୋଗର ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ କରୁଥିଲେ। ସମୟ ପରେ ଏକ ଶକ୍ତିଶାଳୀ ଲହଡ଼ି ମାଡି ଆସିଥିଲା ଓ ସେ ପଥରରୁ ଭାସି ଯାଇ ମୃତ୍ୟୁବରଣ କରିଥିଲେ। ସେ ଭାସିଯିବାର ପ୍ରାୟ ୧୫ ମିନିଟ୍ ପରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ବିପଦଜନକ ଲହଡ଼ି ଯୋଗୁଁ ପ୍ରଥମେ ଖୋଜାଖୋଜିକୁ ସ୍ଥଗିତ ରଖାଯାଇଥିଲା।
୨୪ ବର୍ଷୀୟ କାମିଲା ବେଲିୟାତ୍ସ୍କାୟା ଥାଇଲ୍ୟାଣ୍ଡ ଉପସାଗରରେ ଯୋଗ ମ୍ୟାଟରେ ନିଜକୁ ସୁଟିଂ କରିବାର କିଛି ମୁହୂର୍ତ୍ତ ପରେ କୋ ସୁମୁଇର ଘଟଣାସ୍ଥଳରୁ ଭାସି ଯାଇଥିଲେ। ଏକ ଭୟଙ୍କର ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଏକ ବଡ଼ ଲହଡ଼ି କାମିଲାଙ୍କୁ ଧକ୍କା ଦେଇଥିଲା ଓ ସେ ଭାରସ୍ୟାମ ହରାଇଥିଲେ। ଏହାପରେ ଲହଡ଼ି ପ୍ରବାହରେ ସେ ସମୁଦ୍ର ଭିତରକୁ ଭାସି ଯାଇଥିଲେ।
ଯୋଗ କରୁଥିବାର ଭିଡ଼ିଓରେ ସେ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ, ସେ ଏହି ସ୍ଥାନକୁ କେତେ ଭଲ ପାଆନ୍ତି ଏବଂ ବାରମ୍ବାର ଦ୍ୱୀପକୁ ଆସନ୍ତି। ଏହି ଦ୍ୱୀପକୁ ସେ ଦ୍ୱିତୀୟ ‘ଘର’ ଏବଂ ‘ପୃଥିବୀର ଶ୍ରେଷ୍ଠ ସ୍ଥାନ’ ବୋଲି କହିଥିଲେ।
previous article: https://purvapaksa.com/pushpa-2-advance-booking-1-million-tickets-rs-50-crore-for-day-1/