ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ମୁଖ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରାଷ୍ଟ୍ର ସୁରକ୍ଷା ତଥା ମହାକାଶରୁ ଶତ୍ରୁ ପକ୍ଷର ଚଳନ ବିଷୟରେ ଜଣାଇବା ଲାଗି ୧୦ ସାଟେଲାଇଟ ଅହୋରାତ୍ର କାମ କରୁଛନ୍ତି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ୍।
ଆଗକୁ ୭୦୦୦ କିଲୋମିଟର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଲାଗି ଆମକୁ ଆହୁରି ଅଧିକ ସାଟେଲାଇଟ୍ର ଆବଶ୍ୟକତା ରହିଛି ବୋଲି ସେ କହିବା ସହ ଡ୍ରୋନ ଏବଂ ସାଟେଲାଇଟ୍ ବିନା ଆମେ ଅନେକ ଜିନିଷ ହାସଲ କରିପାରିବା ନାହିଁ ବୋଲି ସେ କହିଛନ୍ତି।
ଅପରେସନ୍ ସିନ୍ଦୂର ସମୟରେ ଭାରତର ସଠିକ ସାଟେଲାଇଟ୍ ସିଗ୍ନାଲ ଦ୍ୱାରା ପାକିସ୍ତାନର ୧୧ଟି ଏୟାରବେସ୍କୁ ନିର୍ଦ୍ଧାରିତ ଢଙ୍ଗରେ ଆକ୍ରମଣ କରାଯାଇପାରିଥିଲା। କେବଳ ସେତିକି ନୁହେଁ, ଜନଗହଳି ଭିତରେ ଥାଇ ମଧ୍ୟ ପାକିସ୍ତାନର ଆତଙ୍କୀ ଶିବିରକୁ ଭାରତୀୟ ସେନା ତୀକ୍ଷଣ୍ ଭାବେ ଆକ୍ରମଣ କରି ୧୦୦ ଆତଙ୍କୀ ଓ ୯ ଆତଙ୍କୀ ଶିବିରକୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରିଥିଲା।
ଏହାହିଁ ଏକମାତ୍ର କାରଣ ରହିଥିଲା ଯେଉଁଥିଲାଗି ପାକିସ୍ତାନ ଭାରତକୁ ଶାନ୍ତି ପାଇଁ ଗୁହାରି କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ଆଲୋଚନା ଲାଗି ସ୍ଥିର ହୋଇ ଯୁଦ୍ଧ ବିରତି ଘୋଷଣା କରାଯାଇପାରିଛି।
ଆଜି ଯାଏ ଭାରତର ଇସ୍ରୋ ପକ୍ଷରୁ ୧୨୭ଟି ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଏଥିରେ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସାଟେଲାଇଟ୍ ବି ଅନ୍ତର୍ଭୁକ୍ତ ରହିଛି। ଏଥିରୁ ୨୨ଟି ନିମ୍ନ କକ୍ଷପଥ ଏବଂ ୨୦ଟି ଜିଓ ସିଙ୍କ୍ରୋନସ୍ ଅର୍ଥ ଅର୍ବିଟ୍ ସାଟେଲାଇଟ ରହିଛି।
ଏଗୁଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଥିବାବେଳେ ସେଗୁଡ଼ିକୁ ଭାରତ ସରକାର ସୁରକ୍ଷା କାର୍ଯ୍ୟ ଲାଗି ବ୍ୟବହାର କରାଯାଉଛି। ଭାରତ ଏ ଭିତରେ ୫୨ଟି ସାଟେଲାଇଟ୍କୁ ନେଇ ଏକ କନ୍ଷ୍ଟିଲେସନ୍ କରିବାକୁ ଯୋଜନା କରିଥିବା ଜାତୀୟ ମହାକାଶ ପ୍ରୋତ୍ସାହନ ଓ ପ୍ରାଧିକୃତ କେନ୍ଦ୍ର (ଇନସ୍ପେସ୍) ପକ୍ଷରୁ କୁହାଯାଇଛି। ଏଗୁଡ଼ିକ ଗୁଇନ୍ଦା ତଥ୍ୟ ସଂଗ୍ରହରେ ସହାୟକ ହେବେ।
Also readhttps://purvapaksa.com/what-is-an-act-of-war-is-this-indias-israeli-policy-against-pakistan/
ଆକ୍ଟ ଅଫ୍ ୱାର୍ କ’ଣ? ଏହା କ’ଣ ପାକିସ୍ତାନ ବିରୋଧରେ ଭାରତର ଇସ୍ରାଏଲୀ ନୀତି?