- ସେ ସଚିନ ତେନ୍ଦୁଲକର ନୁହଁନ୍ତି
- ମାତ୍ର ୧୫ ବର୍ଷ ବୟସରେ କରିଛନ୍ତି ଟିମ୍ ଇଣ୍ଡିଆ ପାଇଁ ପଦାର୍ପଣ
ସଚିନ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିବାରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ସେ ରେକର୍ଡ କରିଥିଲେ। ମାଷ୍ଟର ବ୍ଲାଷ୍ଟର ୧୯୮୯ରୁ ୨୦୧୩ ମଧ୍ୟରେ ୨୦୦ଟି ଟେଷ୍ଟ, ୪୬୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲେ। ମାତ୍ର ଆଉ ରେକର୍ଡ କାଏମ ରହିନାହିଁ। ତାଙ୍କଠୁ ବୟସରେ ସାନ ଜଣେ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି।
ସଚିନ ତେନ୍ଦୁଲକର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସଚିନଙ୍କୁ ତାଙ୍କ ପ୍ରାରମ୍ଭିକ ଦିନରେ ବ୍ୟାଟିଂ ବିସ୍ମୟ ଭାବେ ବିବେଚନା କରାଯାଉଥିଲା। ସେ କେବଳ ଗୋଟିଏ ଘରୋଇ ସିଜନ ଖେଳିବା ପରେ ଭାରତୀୟ ଦଳରେ ସ୍ଥାନ ହାସଲ କରିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରଣଜୀ ଟ୍ରଫି, ଇରାନୀ କପ୍ ଏବଂ ଦୁଲୀପ ଟ୍ରଫି ପଦାର୍ପଣରେ ଶତକ ହାସଲ କରି ସଚିନ ଇତିହାସ ରଚିଥିଲେ। ସଚିନ ୧୬ ବର୍ଷ ୨୦୫ ଦିନ ବୟସରେ ଭାରତ ପକ୍ଷରୁ ପଦାର୍ପଣ ଡେବ୍ୟୁ କରିଥିଲେ। ଅନେକଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ସର୍ବକନିଷ୍ଠ କ୍ରିକେଟର। କିନ୍ତୁ ତାହା ଠିକ୍ ନୁହେଁ, ସଚିନ ଭାରତ ପାଇଁ ଖେଳିବାରେ ସର୍ବକନିଷ୍ଠ ପୁରୁଷ କ୍ରିକେଟର।
ସର୍ବ କନିଷ୍ଠ ଭାବେ ଭାରତ ପକ୍ଷରୁ ଖେଳିବାରେ ରେକର୍ଡ ଶେଫାଳି ବର୍ମାଙ୍କ ନାମରେ ରହିଛି। ଏହି ଓପନିଂ ବ୍ୟାଟର ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଦାର୍ପଣ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୫ ବର୍ଷ ୨୩୯ ଦିନ। ଉକ୍ତ ଟି-ଟ୍ୱେଣ୍ଟି ସିରିଜ ଜରିଆରେ ଶେଫାଳି ସିଜନର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବରେ ଉଭା ହୋଇଥିଲେ।
୨୦୧୯ ନଭେମ୍ବରରେ ଶେଫାଳି ଭାରତ ପକ୍ଷରୁ ସର୍ବକନିଷ୍ଠ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରି ଆଉ ଏକ ରେକର୍ଡ ସ୍ଥାପନ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେଣ୍ଟ ଲୁସିଆରେ ଅର୍ଦ୍ଧଶତକ ହାସଲ କରିବା ସମୟରେ ତାଙ୍କୁ ୧୫ ବର୍ଷ ୨୮୫ ଦିନ ବୟସ ହୋଇଥିଲା। ସେ ମଧ୍ୟ କନିଷ୍ଠ ଭାରତୀୟ ଭାବେ ୨୦୨୦ ଟି-୨୦ ବିଶ୍ୱକପର ଫାଇନାଲ ଖେଳିଥିଲେ।
ଶେଫାଳିଙ୍କ ପୂର୍ବରୁ ଶାମିଲା ଚକ୍ରବର୍ତ୍ତୀ ସର୍ବକନିଷ୍ଠ ଭାରତୀୟ ନବାଗତ ହେବାର ରେକର୍ଡ ରଖିଥିଲେ। ସେ ୧୯୭୬ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୫ ବର୍ଷ ୨୪୧ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିଥିଲେ। ୪୩ ବର୍ଷ ପରେ ଭାରତରେ ପଦାର୍ପଣ କରିବା ବେଳେ ଶେଫାଳି ତାଙ୍କଠାରୁ ଦୁଇ ଦିନ ସାନ ଥିଲେ।
ରଜନୀ ବେଣୁଗୋପାଳ ହେଉଛନ୍ତି ଭାରତ ପାଇଁ ଦ୍ୱିତୀୟ ସର୍ବକନିଷ୍ଠ ନବାଗତ ଖେଳାଳି। ୧୯୮୫ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ ବେଳେ ତାଙ୍କୁ ୧୫ ବର୍ଷ ୨୮୩ ଦିନ ହୋଇଥିଲା। ଏହାର ୮ ଦିନ ପରେ ସେ ପାଟନାରେ ସେହି ଦଳ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ବେଣୁଗୋପାଳ ହେଉଛନ୍ତି ଭାରତର ସର୍ବକନିଷ୍ଠ ଦିନିକିଆ ପଦାର୍ପଣକାରୀ।
ସଚିନ ହେଉଛନ୍ତି ପୁରୁଷ କ୍ରିକେଟରେ ଭାରତର ସର୍ବକନିଷ୍ଠ ଟେଷ୍ଟ ଓ ଦିନିକିଆ ପଦାର୍ପଣକାରୀ। ସେ ୧୬ ବର୍ଷ ୨୩୮ ଦିନ ବୟସରେ ଦିନିକିଆ ପଦାର୍ପଣ କରିଥିଲେ। ଭାରତ ପକ୍ଷରୁ ସେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛି। ୧୦୦ ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ରେକର୍ଡ କରିଛନ୍ତି।
PREVIOUS ARTICLE: https://purvapaksa.com/an-indian-cricketer-had-played-19-tests-before-he-finally-made-his-ranji-trophy-debut/